ସୁସ୍ଥ ଶରୀର ପାଇଁ ହଳଦୀର ଆବଶ୍ୟକତା
ହଳଦୀ ଏକ ଏପରି ଦ୍ରବ୍ୟ ଯାହା ପ୍ରତ୍ୟେକଙ୍କ ଘରେ ମିଳିଥାଏ। ଏହାକୁ ରନ୍ଧନ କାର୍ଯ୍ୟ ଠାରୁ ଆରମ୍ଭ କରି ତ୍ୱଚା ପାଇଁ, କେତେକ ରୋଗ ଦୂର କରିବା ପାଇଁ ବ୍ୟବହାର କରାଯାଏ। ହଳଦୀ ଖାଇବା ଦ୍ୱାରା ଶରୀର ଓ ମସ୍ତିଷ୍କ ସୁସ୍ଥ ରହିଥାଏ। ଏହା ହୃଦୟ ପାଇଁ ମଧ୍ୟ ଲାଭଦାୟକ। ଜାଣନ୍ତୁ ହଳଦୀର ଉପକାରିତା ଗୁଣ ବିଷୟରେ….
ବଦହଜମି ଦୂର କରେ-
ଯଦି ବଦହଜମି ସମସ୍ୟା ଲାଗି ରହୁଥାଏ, ତେବେ ହଳଦୀ ଆପଣଙ୍କ ପାଇଁ ଆଶୀର୍ବାଦ ଠାରୁ କମ ନୁହେଁ। ଏଥିରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ ରହିଛି। ଯାହା ବଦହଜମିକୁ ଦୂର କରେ। ଏହାସହ ଖାଦ୍ୟ ହଜମ ସମସ୍ୟାକୁ ଦୂର କରିବା ସହ ଏସିଡ଼ିଟି ଦୂର କରେ।
ତ୍ୱଚା ପାଇଁ ଲାଭଦାୟକ –
ତ୍ୱଚା ପାଇଁ ହଳଦୀ ବ୍ୟବହାର କରିବା ଦ୍ୱାରା ଏହା ତ୍ୱଚାକୁ ଉଜ୍ୱଳ କରିଥାଏ। କଞ୍ଚା ହଳଦୀ ଖାଇବା ଦ୍ୱାରା ମଧ୍ୟ ତ୍ୱଚା ପାଇଁ ଖୁବ ଲାଭଦାୟକ। ଏହା ମୁହଁର ବିଭିନ୍ନ ଦାଗକୁ ଦୂର କରିଥାଏ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ –
ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଛି। ଫଳରେ ଏହାକୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ଓ ଶରୀରକୁ ବିଭିନ୍ନ ପ୍ରକାରର ସଂକ୍ରମଣରୁ ରକ୍ଷା କରିଥାଏ। ଥଣ୍ଡା ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ।
ମସ୍ତିଷ୍କ ପାଇଁ ହିତକାରକ –
ହଳଦୀରେ ଏପରି ପୋଷକ ତତ୍ତ୍ୱ ରହିଛି , ଯାହା ମସ୍ତିଷ୍କକୁ ସୁସ୍ଥ ରହିଥାଏ। ସ୍ମରଣ ଶକ୍ତି ବୃଦ୍ଧି କରିଥାଏ। ପିଲାମାନଙ୍କୁ ନିୟମିତ କ୍ଷୀରରେ ହଳଦୀ ମିଶାଇ ପିଇବାକୁ ଦେଲେ ସେମାନଙ୍କର ଶାରିରୀକ ଓ ମାନସିକ ବିକାଶ ହୋଇଥାଏ।
ଓଜନ ହ୍ରାସ କରିଥାଏ –
ଓଜନ ହ୍ରାସ ପାଇଁ ମଧ୍ୟ ଆପଣ ହଳଦୀକୁ ବିଭିନ୍ନ ଉପାୟରେ ବ୍ୟବହାର କରିପାରିବେ।
Comments are closed.