www.samajalive.in
Friday, December 5, 2025
20.1 C
Bhubaneswar

ବିଭିନ୍ନ ରୋଗରୁ ମୁକ୍ତି ଦିଏ ତେଜପତ୍ର

ଖାଦ୍ୟରେ ତେଜପତ୍ର ପଡ଼ିବା ମାତ୍ରେ ତା’ର ସ୍ୱାଦ ବଦଳି ଯାଇଥାଏ। ହେଲେ ଖୁବ୍‍ କମ୍‍ ଲୋକ ଏ ବିଷୟରେ ଜାଣନ୍ତି ଯେ ଖାଦ୍ୟର ସ୍ୱାଦ ଦ୍ୱିଗୁଣିତ କରିବା ସହ ତେଜପତ୍ରର ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି। ତେବେ ଚାଲନ୍ତୁ ଜାଣିବା ଏହାର ଔଷଧୀୟ ଗୁଣ ବିଷୟରେ –

ତେଜପତ୍ରରେ ଆଣ୍ଟିଅକ୍ସିଡାଣ୍ଟ, ପୋଟାସିୟମ୍ ଓ ଆଇରନ୍ ପ୍ରଚୁର ପରିମାଣର ରହିଛି। ଖାଦ୍ୟରେ ନିୟମିତ ତେଜପତ୍ର ବ୍ୟବହାର ଦ୍ୱାରା ମଧୁମେହ ନିୟନ୍ତ୍ରଣ ହୋଇଥାଏ। ଏହା ସହିତ ଏହାକୁ ଭିନ୍ନ ଉପାୟରେ ବ୍ୟବହାର କଲେ, ବହୁ ସ୍ୱାସ୍ଥ୍ୟ ସମସ୍ୟାରୁ ମଧ୍ୟ ରକ୍ଷା ମିଳିଥାଏ।

- Advertisement -

ଯଦି କିଡ୍ନୀରେ ଷ୍ଟୋନ୍ ହୋଇଥାଏ, ତେବେ ତେଜପତ୍ରକୁ ପାଣିରେ ପକାଇ ଫୁଟାନ୍ତୁ। ଏହି ପାଣିକୁ ଥଣ୍ଡା କରି ପିଇବା ଦ୍ୱାରା କିଡ୍ନୀରେ ପଥର ବା ଷ୍ଟୋନ୍ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ।

ଆଜିକାଲି ଏସିଡିଟି ବା ଗ୍ୟାସ୍ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଆପଣଙ୍କର ଯଦି ଏପରି ସମସ୍ୟା ରହିଛି, ତେବେ ଚା’ରେ ତେଜ ପତ୍ର ପକାଇ ସେହି ଚା’କୁ ପିଅନ୍ତୁ। ଏପରି କରିବା ଦ୍ୱାରା ଏସିଡିଟି ସମସ୍ୟାରୁ ମୁକ୍ତି ମିଳିଥାଏ।

ଖାଦ୍ୟରେ ନିୟମିତ ତେଜପତ୍ର ବ୍ୟବହାର କରିବା ଦ୍ୱାରା ରକ୍ତରେ ଶର୍କରା ପରିମାଣ ବା ମଧୁମେହ ନିୟନ୍ତ୍ରଣରେ ରହିଥାଏ।

ଶୋଇବା ପୂର୍ବରୁ କିଛି ତେଜପତ୍ରର ଧୂଆଁ ଦେବା ଦ୍ୱାରା ଭଲ ନିଦ ହେଇଥାଏ। ଏହାବ୍ୟତୀତ ଏହା ଶରୀର ଉପରେ ବହୁ ଭଲ ପ୍ରଭାବ ପକାଇବା ସହ କ୍ଲାନ୍ତି ଦୂର କରିଥାଏ।

ଦୀର୍ଘ ଦିନ ଧରି କାଶ ଲାଗି ରହିଲେ ଓ ଔଷଧ ଖାଇବା ପରେ ମଧ୍ୟ ସ୍ଥିତି ନ ସୁଧୁରିଲେ, ତେଜପତ୍ର ସିଝାଇ ତାର ଧୂଆଁକୁ ଶୁଂଘି ଶ୍ୱାସ ଭିତରକୁ ନେବା ଦ୍ୱାରା କାଶ କମିଯାଏ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories