www.samajalive.in
Sunday, December 7, 2025
23.1 C
Bhubaneswar

ବାର ଅନୁଯାୟୀ ଜାଣନ୍ତୁ ଆପଣଙ୍କ ସ୍ବଭାବ କିପରି ..

ସପ୍ତାହକ ସାତ ଦିନ। ହିନ୍ଦୁ ଧର୍ମରେ ସାତ ଦିନ ଯେକୌଣସି ଦେବାଦେବୀଙ୍କୁ ସମର୍ପିତ ଅଟେ। ଯେପରି ସୋମବାର ପ୍ରଭୁ ଶିବ, ମଙ୍ଗଳବାର ପ୍ରଭୁ ହନୁମାନ, ବୁଧବାର ପ୍ରଭୁ ଗଣେଶ, ଗୁରୁବାର ଭଗବାନ ବୃହସ୍ପତି, ଶୁକ୍ରବାର ଶୁକ୍ର, ଶନିବାର ଶନିଦେବ ଓ ରବିବାର ସୂର୍ଯ୍ୟଦେବଙ୍କୁ ସମର୍ପିତ ଅଟେ। ସେହିପରି ଶାସ୍ତ୍ର ଅନୁସାରେ, ଯେଉଁ ବ୍ୟକ୍ତି ଯେଉଁ ବାରରେ ଜନ୍ମ ନେଇ ଥାଆନ୍ତି ତାହା ତାଙ୍କ ଜୀବନରେ ପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା ଜନ୍ମର ବାର ଅନୁସାରେ କେଉଁ ବ୍ୟକ୍ତିଙ୍କ ସ୍ବଭାବ କିପରି …

ସୋମବାର :

- Advertisement -

ଜ୍ୟୋତିଷଶାସ୍ତ୍ର ଅନୁସାରେ, ସୋମବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ହସି ଥାଆନ୍ତି ଓ ମିଠା କଥା କହି ଥାଆନ୍ତି। ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କୁ ୯, ୨୧ ଓ ୨୭ ବୟସରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଏମାନଙ୍କ ସ୍ବଭାବ ସର୍ବଦା ସମାନ ରହିଥାଏ। ଏମାନେ ସାହାସୀ ଅଟନ୍ତି।

ମଙ୍ଗଳବାର :

ମଙ୍ଗଳବାର ଜନ୍ମ ହୋଇଥିବା ବ୍ୟକ୍ତି ରାଗୀ ସ୍ବଭାବର ଅଟନ୍ତି। ଏମାନେ ସର୍ବଦା ଅନ୍ୟ ଉପରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ପସନ୍ଦ କରିଥାଆନ୍ତି। ଏମାନଙ୍କୁ ଚର୍ମ ସମ୍ବନ୍ଧୀୟ ରୋଗର ସାମ୍ନା କରିବାକୁ ପଡିଥାଏ। ଗୁରୁଜନ ଏବଂ ସହକର୍ମୀଙ୍କ କଥାକୁ ଏମାନେ ସର୍ବଦା ହେୟ ଜ୍ଞାନ ମନେ କରିଥାଆନ୍ତି।

ବୁଧବାର :

ବୁଧବାର ଦିନ ପ୍ରଭୁ ଗଣେଶଙ୍କୁ ପୂଜା କରାଯାଇଥାଏ। ଜ୍ୟୋତିଷଶାସ୍ତ୍ରରେ, ଏହି ବ୍ୟକ୍ତିମାନେ ଧର୍ମକର୍ମରେ ଅଧିକ ଧ୍ୟାନ ଦେଇ ଥାଆନ୍ତି। ତେଣୁ ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତିମାନେ ବୁଦ୍ଧିମାନ ହୋଇଥାଆନ୍ତି। ଏହି ବ୍ୟକ୍ତିମାନେ ବାପା ଓ ମା’ଙ୍କୁ ବହୁତ ଭଲ ପାଇଥାଆନ୍ତି।

ଗୁରୁବାର :

ଗୁରୁବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଧାର୍ମିକ ସ୍ବଭାବର ହୋଇଥାଆନ୍ତି। ଏମାନେ ସମସ୍ତଙ୍କ ସହ ବନ୍ଧୁତା କରିବାକୁ ପସନ୍ଦ କରନ୍ତି। ଗୁରୁଜନଙ୍କୁ ଏହି ବ୍ୟକ୍ତିମାନେ ସମ୍ମାନ ଜଣାଇବା ସହ ସେମାନଙ୍କ କଥାକୁ ମାନି ଥାଆନ୍ତି।

ଶୁକ୍ରବାର :

ଶୁକ୍ରବାର ଜନ୍ମ ହୋଇଥିବା ବ୍ୟକ୍ତି କୌଣସି କାର୍ଯ୍ୟ କରିବା ପୂର୍ବରୁ ବାରମ୍ବାର ଭାବି ଥାଆନ୍ତି। ଏମାନେ ଅନ୍ୟମାନଙ୍କ ଭଲ ଓ ଖରାପ ଉଭୟ କଥା ଶୁଣି ଥାଆନ୍ତି କିନ୍ତୁ କେବଳ ଭଲ କଥାକୁ ଗ୍ରହଣ କରିଥାଆନ୍ତି। ଏହି ଗୁଣରୁ ଏମାନେ ସମସ୍ତଙ୍କର ପ୍ରିୟପାତ୍ର ହୋଇଥାଆନ୍ତି।

ଶନିବାର :

ଶନିବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବ୍ୟବସାୟରେ ରୁଚି ରଖି ଥାଆନ୍ତି। ବେଳେ ବେଳେ ଏମାନଙ୍କ କାରଣରୁ ପରିବାର ମଧ୍ୟରେ କଳହ ହୋଇଥାଏ। ଏମାନେ ବନ୍ଧୁତା କରିବାକୁ ଅଳ୍ପ ଭଲ ପାଆନ୍ତି।

ରବିବାର :

ରବିବାର ଦିନ ଜନ୍ମ ନେଇଥିବା ବ୍ୟକ୍ତି କମ କଥା କହିବାକୁ ପସନ୍ଦ କରନ୍ତି। ଏମାନଙ୍କୁ ୨୦ରୁ ୨୩ ବର୍ଷ ବୟସ ପର୍ଯ୍ୟନ୍ତ କିଛି ଅସୁବିଧାର ସମ୍ମୁଖୀନ କରିବାକୁ ପଡିଥାଏ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories