www.samajalive.in
Sunday, December 7, 2025
26.1 C
Bhubaneswar

ଭୂତକୋଠି ପାଲଟିଛି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ

ବେଗୁନିଆ : ବେଗୁନିଆ ପୁରୁଣା ତହସିଲ କୋଠା ପରିସର ତଥା ବର୍ତମାନ ତହସିଲ କାର୍ଯ୍ୟାଳୟ ସାମନାରେ ଲକ୍ଷ୍ୟାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ବିଲଡିଂଟି ଦୀର୍ଘ ଦିନ ହେବ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ିଥିବାବେଳେ ଏଥିପ୍ରତି ଗ୍ରାମ୍ୟଉର୍ଣ୍ଣୟନ ବିଭାଗର କନିଷ୍ଠଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ନିର୍ବାହୀଯନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଚୁପ ରହିବା ଘଟଣା ଜନସାଧାରଣରେ ବିସ୍ମୟ ସୃଷ୍ଟି କରିଛି l ଅନେକଦିନ ହେବ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିବା ଯୋଗୁଁ ଘର ଭିତରେ ଉଇହୁଙ୍କା ହେବା ସହିତ ବହୁତ ଜାଗା ଭାଙ୍ଗିରୁଜି ଗଲାଣି l ଫଳରେ ଉକ୍ତ ବିଲଡିଂ ଚାରିପଟେ ବିଭିନ୍ନ ପ୍ରକାର ଗଛଲତା ବଢ଼ି ତାହା ସରୀସୃପମାନଙ୍କର ବାସସ୍ଥଳୀ ପାଲଟିଥିବାବେଳେ ଘରଟି ଏବେ ଭୂତକୋଠିରେ ପରିଣତ ହୋଇଛି l ଗ୍ରାମ୍ୟଉର୍ଣ୍ଣୟନ ବିଭାଗ ଦ୍ୱାରା ଗତ ୨୦୧୮ମସିହା ଅକଟୋବର ମାସରେ ୩୫ଲକ୍ଷରୁ ଉର୍ଧ୍ଵ ଟଙ୍କା ବିନିମୟରେ ବିଭାଗ ତରଫରୁ ଏହି କାର୍ଯ୍ୟର ଟେଣ୍ଡର କରାଯାଇଥିଲା l ଠିକାଦାର ସେହିଦିନ ଠାରୁ କାମ ନେଇ ଆଜି ପର୍ଯ୍ୟନ୍ତ ସାରିପାରୁନାହାନ୍ତି l ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଟି ଏଠାରେ କାର୍ଯ୍ୟ ଆରମ୍ଭ କରିବା ଦିନଠାରୁ ସମିତି ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ବି ଆର ସି ବିଲଡିଂରେ କାର୍ଯ୍ୟ କରୁଛି l ଏହା ଏକ ବ୍ଲକସ୍ତରୀୟ କାର୍ଯ୍ୟାଳୟ ହୋଇଥିବାରୁ ସବୁ ସମୟରେ ଗହଳି ଲାଗିରହୁଛି l ଫଳରେ ସ୍କୁଲର ପରିବେଶ ମଧ୍ୟ ନଷ୍ଟ ହେଉଛି l ସ୍କୁଲଗେଟ କୁ ଲାଗି ଉକ୍ତ କାର୍ୟଳୟଟି ଚାଲୁଥିବାରୁ ସ୍କୁଲ ପିଲାମାନେ ଯିବାଆସିବା କରିବା ପାଇଁ ଉଦିଷ୍ଟ ରାସ୍ତାରେ ଶିକ୍ଷକ ଏବଂ ଏହି କାର୍ଯ୍ୟାଳୟକୁ ଆସୁଥିବା ସର୍ବସାଧାରଣଙ୍କ ବାଇକ ଓ କାର ରହିବା ଯୋଗୁଁ ଏପଟେ ପିଲାମାନଙ୍କ ଯିବାଆସିବା ଏବଂ ସର୍ବସାଧାରଣ ରାସ୍ତା ଜାମ ରହିବା ଯୋଗୁଁ ଅନ୍ୟ ଗାଡିଗୁଡିକ ଯିବାଆସିବା କ୍ଷେତ୍ରରେ ଅସୁବିଧା ଦେଖାଦେଉଛି l ଏଥିପାଇଁ ଅନେକ ସମୟରେ ଛାତ୍ର ଅଭିଭାବକ ଏବଂ ବାଟରେ ଗାଡି ରଖୁଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିବାର ଦେଖିବାକୁ ମିଳୁଛି l ତେଣୁ ସବୁ ପ୍ରକାର ସୁବିଧା ଅସୁବିଧା ଏବଂ ଗୋଟିଏ କୋଠରୀରେ ଏକ ବ୍ଲକସ୍ତରୀୟ କାର୍ଯ୍ୟାଳୟ ଚାଲିବା ସମ୍ଭବପର ହେଉନଥିବା ଯୋଗୁଁ ଏହି ବିଲଡିଂଟି ନିର୍ମାଣ କରାଯାଇଥିଲା l କିନ୍ତୁ ଯନ୍ତ୍ରୀ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେବ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେଉନି କି ବହୁ ଅବ୍ୟବସ୍ଥା ମଧ୍ୟରେ ପୁରୁଣା ଜାଗାରେ ଚାଲିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନୂତନ ଭାବେ ନିର୍ମାଣ ହେଉଥିବା ତାଙ୍କର ନିଜ ବିଲଡିଂକୁ ସ୍ଥାନାନ୍ତର ହୋଇପାରୁନାହିଁ l

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories