www.samajalive.in
Sunday, December 7, 2025
23.1 C
Bhubaneswar

ଭାରତୀୟ ମଜଦୂର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବି ଡି ଓ ଙ୍କୁ ଦାବିପତ୍ର ପ୍ରଦାନ

ବେଗୁନିଆ: ଭାରତୀୟ ମଜଦୂର ସଂଘ ଖୋର୍ଦ୍ଧା ଜିଲ୍ଲା ତରଫରୁ ଶ୍ରମିକ ମାନଙ୍କ ହିତ ପାଇଁ ଏକ ୮ ଦଫା ସମ୍ବଳିତ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବେଗୁନିଆ ବି ଡି ଓଙ୍କୁ ପ୍ରଦାନ କରାଯାଇଛି l
ଉକ୍ତ ଦାବି ପତ୍ରରେ ସମସ୍ତ ପ୍ରବାସି ଶ୍ରମକ ମାନଙ୍କ ପାଇଁ ପ୍ରତି ପଂଚାୟତରେ ସଂଗରୋଧ ବ୍ୟବସ୍ଥା ,କରୋନା ମହାମlରୀର ଦ୍ୱିତୀୟ ଲହରରେ ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ପ୍ରତି ଅଙ୍ଗନବାଡି କେନ୍ଦ୍ରରେ ଟୀକlକରଣର ବ୍ୟବସ୍ଥା କରାଯାଉ l କରୋନା ମହାମାରୀ କୁ ପ୍ରତିହତ କରିବା ଦିଗରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଯଥା ,ଅଙ୍ଗନବାଡି ,ଆଶା ,ଡାକ୍ତରଖାନା ଏବଂ ଶ୍ମଶାନ ଶବ ବାହକ ଆଦିଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ସହିତ ସମସ୍ତଙ୍କୁ ବୀମାଭୁକ୍ତ , ସମସ୍ତଙ୍କୁ କରୋନା ଉପକରଣ ଦେବା ସହ ନିୟମିତ ବେତନ, ପ୍ରୋତ୍ସାହନ ରାଶି ଦିଆଯାଉ , କ୍ଷତିଗ୍ରସ୍ତ ହୋଇଥିବା ପରିବହନ କର୍ମଚାରୀ ଙ୍କୁ ଆର୍ଥିକ ସହାୟତା ରାଶି ଦେବା ସହିତ ଋଣ କିସ୍ତି ସ୍ଥଗିତ ରଖାଯାଉ , ଗତବର୍ଷ ଦିଆଯାଇଥିବା ନିର୍ମାଣଶ୍ରମିକ ସହାୟତା ରାଶି ଯେଉଁମାନେ ଆଜିସୁଧା ପାଇପାରିନାହାନ୍ତି ତାହା ପ୍ରଦାନ କରାଯିବା ସହିତ ବର୍ତ୍ତମାନର ସହାୟତା ରାଶି କଲ୍ୟାଣବୋର୍ଡ଼ ତରଫରୁ ପ୍ରଦାନ କରାଯାଉ ,  ତାଲାବନ୍ଦ ଯୋଗୁଁ କୃଷକ ମାନେ ସେମାନଙ୍କର ଉତ୍ପାଦିତ ସାମଗ୍ରୀକୁ ବଜାରରେ ବିକ୍ରୀ କରିନପlରିବା ଯୋଗୁଁ ସେମାନଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନପ୍ରଦାନ ସହିତ ଋଣ ଛାଡ କରାଯାଉ , ଜବ କାର୍ଡଧାରିମାନଙ୍କୁ ମନରେଗାରେ ୨ଶହ ଦିନର କାମ ଦେବା ସହିତ ମଜୁରୀ ୩ ଶହ ଟଙ୍କା ପ୍ରଦାନ ସହିତ ବର୍ତମାନ ପରିସ୍ଥିତି ମୁକlବଲl ପାଇଁ ସେମାନଙ୍କୁ ଆର୍ଥିକ ସହାୟତା ରାଶି ୫ ହଜାର ଟଙ୍କା ପ୍ରଦାନ କରାଯାଉ l ଶେଷରେ କରୋନା ପରିସ୍ଥିତି ପରିବର୍ତନ ନହେବା ପର୍ଯ୍ୟନ୍ତ ଋଣ ଗ୍ରହୀତାଙ୍କ ଋଣ କିସ୍ତି ଆଦାୟ ବନ୍ଦ ରଖିବା ପାଇଁ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି l ବି ଡି ଓଙ୍କୁ ଦାବି ପତ୍ର ପ୍ରଦାନ ସମୟରେ ବ୍ଲକ ସଭାପତି ଅକ୍ଷୟ ରଥ, ଖୋର୍ଦ୍ଧା ଜିଲ୍ଲା ସହସମ୍ପlଦକ ଅକ୍ଷୟ କୁମାର ରାଉତରାୟ ,ଶିବ କୁମାର ମୁନି ଏବଂ ସନ୍ତୋଷକୁମାର ମାର୍ଥlପ୍ରମୁଖ ଉପସ୍ଥିତ ଥିଲେ l

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories