www.samajalive.in
Monday, December 15, 2025
24.1 C
Bhubaneswar

ଅର୍ଥ ଅଭାବରୁ ନିର୍ମାଣ କାର୍ଯ୍ୟ ପ୍ରଭାବିତ, ଜେଏମଏଫସି କୋର୍ଟ ଖୋଲିବାରେ ବିଳମ୍ବ

ବେଗୁନିଆ: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକର ବେଗୁନିଆରେ ଜେଏମଏଫସି କୋର୍ଟ ଖୋଲିବା ପାଇଁ ପ୍ରଶାସନିକ ସ୍ତରରେ ଭିତ୍ତିଭୂମି ଅନୁଧ୍ୟାନ ପରେ ୨୦୧୭ରେ ସରକାର ଏଠାରେ କୋର୍ଟ ଖୋଲିବା ପାଇଁ ବିଜ୍ଞପ୍ତି ଜାରି କରିଥିଲେ। କିନ୍ତୁ କୋର୍ଟ ଖୋଲିବା ପାଇଁ ସ୍ଥିର ହୋଇଥିବା କୋଠାଟି ପରିତ୍ୟକ୍ତ ଅବସ୍ଥାରେ ପଡିଥିବାବେଳେ ଅର୍ଥ ଅଭାବରୁ ମରାମତି ହୋଇ ପାରି ନଥିଲା। ପୂର୍ବତନ ଖୋର୍ଦ୍ଧା ଜିଲାଜଜ ବାରମ୍ବାର ବେଗୁନିଆ ଆସି ପ୍ରସ୍ତାବିତ ଗୃହ ପରିଦର୍ଶନ କରି ସମ୍ପୃକ୍ତ ଗୃହର ମରାମତି ପାଇଁ ବିଡ଼ିଓଙ୍କୁ ନିର୍ଦେଶ ଦେଇଥିଲେ। କିନ୍ତୁ ପ୍ରଶାସନିକ ଅନାଗ୍ରହ ଯୋଗୁଁ କୋଠା ମରାମତି କାର୍ଯ୍ୟ ହୋଇପାରିନଥିଲା। ବର୍ଷ ପରେ ବର୍ଷ ବିତିଯାଇଥିଲେ ମଧ୍ୟ ରାଜନୈତିକ ଇଛା ଶକ୍ତିର ଅଭାବ ଏବଂ ପ୍ରଶାସନିକ ଉଦାସୀନତା ଯୋଗୁଁ କୋର୍ଟ ଖୋଲିବା ନେଇ ଅନିଶ୍ଚିତତା ପ୍ରକାଶ ପାଇଛି। ଜିଲାଜଜ ଶ୍ୟାମ ସୁନ୍ଦର ଦାଶ ଏବଂ କୋର୍ଟ ମ୍ୟାନେଜରଙ୍କ ଘନ ଘନ ଗସ୍ତ ଫଳରେ ୨୦୨୦ରେ କୋଠା ମରାମତି କାର୍ୟ୍ୟ ବ୍ଲକ କରି ପାରି ନଥିବା ବେଳେ ସମ୍ପୃକ୍ତ କୋଠାଟିକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିଥିଲା।

 

- Advertisement -

ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୧୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇ ଉକ୍ତ କୋଠାର ମରାମତି କାର୍ଯ୍ୟ ଆରମ୍ଭ କରାଯାଇ ଗତ ବର୍ଷ ଅଗଷ୍ଟ ମାସ ସୁଦ୍ଧା କାର୍ଯ୍ୟ ଶେଷ ହେବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା ।କିନ୍ତୁ ବିଭାଗ ପକ୍ଷରୁ ବିଳମ୍ବରେ କାର୍ଯ୍ୟ ଆରମ୍ଭ କରାଯାଇ ଡିସେମ୍ବର ମାସରୁ ଅର୍ଥ ଅଭାବରୁ କାର୍ୟ୍ୟ ବନ୍ଦ ରହିଛି। କିନ୍ତୁ ଆଉ କିଛି କାର୍ଯ୍ୟ ବାକି ରହିଯାଇଥିବାବେଳେ ସେଥିପାଇଁ ଅର୍ଥର ଅଭାବ ଦେଖା ଦେଇଛି। ଅର୍ଥ ଅଭାବରୁ ଜାନୁଆରୀ ମାସରୁ କାର୍ଯ୍ୟରେ ଅଗ୍ରଗତି ହୋଇପାରୁ ନାହିଁ ।ଏଥିପାଇଁ ମଧ୍ୟ ଜିଲାଜଜ କୋର୍ଟ କିମ୍ବା ଗ୍ରାମ୍ୟ ଉନ୍ନୟନ ବିଭାଗ କେହି ତତ୍ପରତା ପ୍ରକାଶ କରୁନାହାନ୍ତି। ଅନ୍ୟପଟେ ଅର୍ଥ ଅଭାବରୁ କୋଠାର ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ହୋଇପଡ଼ି ରହିଥିବାବେଳେ କୋର୍ଟ ଖୋଲିବାରେ ବିଳମ୍ବ ଘଟୁଛି। କୋଠା ନିର୍ମାଣ କାର୍ଯ୍ୟ ଠିକ ସମୟରେ ଶେଷ ହେଉନଥିବାରୁ କୋର୍ଟ ଖୋଲିବାରେ ବିଳମ୍ବ ଘଟୁଛି। ଫଳରେ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି। ପ୍ରଶାସନିକ ଅବହେଳା ଯୋଗୁଁ କୋର୍ଟ ଖୋଲିବାରେ ଅହେତୁକ ବିଳମ୍ବ ଘଟୁଥିବାରୁ ଲୋକମାନେ ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଥିବାର ଜଣାପଡିଛି ।

 

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories