www.samajalive.in
Wednesday, December 10, 2025
16.1 C
Bhubaneswar

ଚୋରି ବୋଲେରୋ ଓ ବାଇକ ଜବତ 

ବେଗୁନିଆ : ଦୁର୍ବୃତ୍ତଙ୍କ ବୋଲେରୋ ଓ ବାଇକ ଚୋରି ଉଦ୍ୟମ ପଣ୍ଡ ହୋଇଛି। ଗତକାଲି ବିଳମ୍ବିତ ରାତିରେ ନୟାଗଡ ଅଞ୍ଚଳରୁ ଏକ ବୋଲେରୋ ଏବଂ ସୁନାଖଳା ଅଞ୍ଚଳରୁ ଏକ ପଲସର ବାଇକ ଚୋରି କରି ଚୋରମାନେ ନେଇ ପଳାଇଯାଉଥିବା ବେଳେ ସୁନାଖଳା ପଲସର ମାଲିକଙ୍କ ଯୋଗୁଁ ଚୋର ମାନେ ଚୋରି ଗାଡି ଦୁଇଟି ସହିତ ଅନ୍ୟ ଏକ ପଲସର କୁ ରାସ୍ତା ଉପରେ ଥୋଇ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ନୟାଗଡ ଲେଙ୍କୁଡ଼ିପଡ଼ା ଗ୍ରାମର କାର୍ତ୍ତିକ ବିଶ୍ବାଳଙ୍କ ବୋଲେରୋଟିକୁ ତାଙ୍କ ଦୁଆରୁ ଚୋର ନେଇ ପଳାଇ ଆସିଥିବାବେଳେ ରାଜସୁନାଖଳା ଗଣେଶବଜାରରୁ ସୋମେଶ ସାହୁଙ୍କର ପଲସର ତାଙ୍କ ଦୋକାନ ନିକଟରେ ଥୁଆ ହୋଇଥିବାବେଳେ ସେ ଚା ପିଇବା ପାଇଁ ଯାଇଥିଲେ ।ସେଠାରୁ ଫେରି ତାଙ୍କ ବାଇକ ଟି ଚୋରି ହୋଇଯାଇଥିବାର ଜାଣିବାକୁ ପାଇଥିଲେ ।
ସୌଭାଗ୍ୟବଶତଃ ସେ ଚା ପିଇବା ସମୟରେ ଏକ ଆମ୍ବୁଲାନ୍ସ ଡ୍ରାଇଭରଙ୍କ  ଫୋନ ନଂ ଆଣିଥିଲେ ।ତେଣୁ ସୋମେଶ ସଙ୍ଗେ ସଙ୍ଗେ ସମ୍ପୃକ୍ତ ଆମ୍ବୁଲାନ୍ସ ଡ୍ରାଇଭର ଙ୍କୁ ଫୋନ କରି ରାସ୍ତାରେ ପଲସର ଗାଡି ଯାଉଛି କି କଣ ଦେଖିବା ପାଇଁ କହିଥିଲେ ।ଡ୍ରାଇଭର ଗାଡିର ବେଗ ବଢ଼ାଇ ଚୋରମାନଙ୍କୁ ଦେଖି ହଁ ଦୁଇଟି ପଲସରରେ ଦୁଇଜଣ ଯାଉଥିବାର କହିବା ପରେ ସଙ୍ଗେ ସଙ୍ଗେ ସୋମେଶ ବାଘମାରିଠାରେ ଥିବା ଏକ ଢାବାକୁ ଫୋନ କରି ୩ ଜଣ ମିଶି ଦୁଇଟି ଗାଡ଼ିରେ ଗୋଡ଼ାଇଥିଲେ । ଏପଟେ ଚୋରମାନେ ବାଘମାରୀ ଢାବା ଆଗରେ ଲୋକମାନେ ଠେଙ୍ଗା ଧରି ଠିଆ ହୋଇଥିବାର ଦେଖି ପୁଣି ବେଗୁନିଆ ଆଡେ ଫେରି ଆସିଥିଲେ ।ସେମାନଙ୍କୁ ଅନୁସରଣ କରୁଥିବା ସୁନାଖଳାର ତିନି ଜଣ ବ୍ୟକ୍ତି ଗାଡିକୁ ଦେଖି ବେଗୁନିଆ ପୁଲିସକୁ ଫୋନ କରି ଅଟକାଇବାକୁ ଚେଷ୍ଟା କରିଥିଲେ ।ବେଗୁନିଆ ଥାନା ଏ ଏସ ଆଇ ସରୋଜକୁମାର ସେନାପତି ,ଆଇ ଆର ବି ଫୋର୍ସ ସନ୍ଦିପକୁମାର ଜେନା ଏବଂ ରାମଚନ୍ଦ୍ର ମାଝୀ ସେହି ସମୟରେ ରାଉତପଡାର ବ୍ରାହ୍ମଣୀପୁଟରୁ ଫେରୁଥିବାବେଳେ ଘଟଣାସ୍ଥଳରେ ପଂହଁଚିଥିଲେ ।ବୋଲେରରେ ଥିବା ୪ ଜଣ ଏବଂ ଦୁଇଜଣ ପଲସର ବାଇକ ଚାଳକ ବେଗୁନିଆ ଡାକଘର ଆଗରେ ପୁଲିସ  ଏବଂ ଲୋକମାନଙ୍କୁ ଦେଖି ଗାଡି ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।କିନ୍ତୁ ଅନ୍ୟ ଏକ ପଲସର ବାଇକଟି ଭୁବନେଶ୍ୱରରେ ପଞ୍ଜିକୃତ ହୋଇଥିବାବେଳେ ବିଶ୍ୱନାଥ ନାୟକଙ୍କ ନାମରେ ଥିବାବେଳେ ତାହା ଚୋରି ଗାଡି ନାଁ ଚୋର ମାନଙ୍କର ତାହା ଜଣାପଡି ନାହିଁ ।

 

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories