www.samajalive.in
Wednesday, December 10, 2025
23.1 C
Bhubaneswar

ବେଗୁନିଆ ବ୍ଲକରେ ଗଡ଼ିଲା କୃଷି ରଥ

ବେଗୁନିଆ : ରାଜ୍ୟ ସରକାର କୃଷି ଓ କୃଷକ ମାନଙ୍କ ପାଇଁ ପ୍ରଣୟନ କରୁଥିବା ବିଭିନ୍ନ ଯୋଜନା ଯଥା ,କାଳିଆ ,ବଳରାମ ,ଧାଡ଼ିରୁଆ, ତୈଳବୀଜ ଚାଷ, ଯନ୍ତ୍ରପାତି ,ରୋଗପୋକ ସର୍ବେକ୍ଷଣ ,ମାଟି ପରୀକ୍ଷା ଏବଂ ବିହନ ବିଶୋଧନ ଆଦି କାର୍ୟ୍ୟ ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିବା ପାଇଁ ଆଜିଠାରୁ ବେଗୁନିଆ ବ୍ଲକ ଭାରପ୍ରାପ୍ତ କୃଷି ଅଧିକାରୀ ସୀତାରତ୍ନମାଳା ଦାସଙ୍କ ପ୍ରତେକ୍ଷ ତତ୍ୱ।ବଧାନରେ ଏବଂ ଜିଲ୍ଲା କୃଷି ଅଧିକାରୀ ନାରାୟଣ ସେଠୀଙ୍କ ଆନୁକୂଲ୍ୟରେ କୃଷି କାର୍ୟ୍ୟାଳୟ ଠାରୁ କୃଷିରଥ ପରିଭ୍ରମଣ ଆରମ୍ଭ ହୋଇଛି ।ଏହି ରଥରେ ଭୁବନେଶ୍ୱର ବରମୁଣ୍ଡାସ୍ଥିତ ପୋପେଟ ସଂସ୍ଥାରୁ ଆସିଥିବା କଳାକାର ସଂପୂର୍ଣା ମହାରଣା(ନେହା)ଙ୍କ ନେତୃତ୍ୱରେ କଳାକାରମାନେ ନୃତ୍ୟ ଗୀତ ମାଧ୍ୟମରେ ଚାଷୀମାନଙ୍କୁ ସରକାରଙ୍କ ଯୋଜନା ସମ୍ପର୍କରେ ଅବଗତ କରାଇବା ସହିତ କୃଷିର ପ୍ରଚାର ଏବଂ ପ୍ରସାର କରୁଛନ୍ତି ।ଏହି ରଥ କୃଷି କାର୍ୟ୍ୟାଳୟ ଠାରେ ପଂହଁଚିବା ପରେ ଆତ୍ମାର ଅଧ୍ୟକ୍ଷ ଶ୍ରୀନିବାସ ପାଇକରାୟ, ଭାରପ୍ରାପ୍ତ ବ୍ଲକ କୃଷି ଅଧିକାରୀ ସୀତାରତ୍ନମାଳା ଦାସ ,ୟୁକୋ ବ୍ୟାଙ୍କ ଶାଖା ପରିଚାଳକ ସତ୍ୟଶିଲାଦିତ୍ୟ କର ,ଏ ଭି ଏସ ବିଶ୍ୱରଞ୍ଜନ ରାଉତ ,ବି ଟି ଏମ୍ ପିଙ୍କିକୁମାରି ପ୍ରଧାନ, ଓଭରସିୟର ଶ୍ୟାମସୁନ୍ଦର ବେହେରା ଙ୍କ ସମେତ ସମସ୍ତ ଏ ଟି ଏମ୍ ଏବଂ ଭି ଏ ଡ଼ବ୍ଲୁ ଉପସ୍ଥିତ ରହି କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ରଥ ବ୍ଲକର୨୧ ଟି ପଞ୍ଚାୟତ ପରିକ୍ରମା କରି ଚାଷୀମାନଙ୍କୁ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରିବ।

Hot this week

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

Related Articles

Popular Categories