କେବଳ ଖାଦ୍ୟ ନୁହେଁ ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ବିଶେଷ ଭାବେ ସହାୟକ ହୁଏ ପିଆଜ

ସାଧାରଣତଃ ଆମେ ଜାଣନ୍ତି ଯେ ପିଆଜକୁ ଖାଦ୍ୟରେ ବ୍ୟବହାର କରାଯାଏ। ଏହା ସ୍ବାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ହେଲେ କ’ଣ ଆପଣ ଜାଣନ୍ତି, ସୌନ୍ଦର୍ୟ୍ୟ ବୃଦ୍ଧିରେ ମଧ୍ୟ ପିଆଜ ବିଶେଷ ଭାବେ ସହାୟକ ହୋଇଥାଏ। ତେବେ ଚାଲନ୍ତୁ ଚାଣିବା ପିଆଜକୁ ସୌନ୍ଦର୍ୟ୍ୟ ବୃଦ୍ଧି ପାଇଁ କିପରି ବ୍ୟବହାର କରିବା –

ପିଆଜ ତ୍ବଚାକୁ ପରିଷ୍କାର କରିବା ସହ ଚିକ୍କଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ଥିବାରୁ ଏହାକୁ ପେଷ୍ଟ କରି ମୁହଁରେ କିମ୍ବା ଦେହରେ ଲଗାଇଲେ ତ୍ବଚା ଚିକ୍କଣ ହେବା ସହ ଚମକ ମଧ୍ୟ ଦେଖା ଦେଇଥାଏ ।

prayash

ପିଆଜରେ ଭିଟାମିନ ଏ, ସି ଓ ଇ ଥିବାରୁ ସୂର୍ଯ୍ୟଙ୍କ ଠାରୁ ଆସୁଥିବା ଅତିବାଇଗଣୀ ରଶ୍ମିକୁ ପ୍ରତିହତ କରିବା ସହ ଚର୍ମକୁ ବାହ୍ୟ ସଂକ୍ରମଣରୁ ରକ୍ଷା କରିଥାଏ। ଏହାସହିତ ତ୍ବଚାକୁ ଉଜ୍ଜ୍ଵଳତା ମଧ୍ୟ ପ୍ରଦାନ କରେ।

ପିଆଜ ରସ ଚର୍ମରେ ଥିବା କଳାଚିହ୍ନ ବା ଦାଗ ଦୂର କରିବାରେ ସାହାଯ୍ୟ କରେ। ପିଆଜ ମାଧ୍ୟମରେ ମଧ୍ୟ ପ୍ରାକୃତିକ ଉପାୟରେ ବ୍ଲିଚ୍ କରିପାରିବେ। ମନେରଖନ୍ତୁ, ଖାଲି ପିଆଜରସକୁ ଦେହରେ କିମ୍ବା ମୁହଁରେ ଲଗାନ୍ତୁ ନାହିଁ । ପିଆଜ ରସ ୧ ଚାମଚ , ବେସନ ୧ ଚାମଚ ଓ ଅଧା ଚାମଚ କ୍ଷୀର ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ଏହାକୁ ମୁହଁରେ ଲଗାଇଲେ ମୁହଁ ପ୍ରାକୃତିକ ଭାବେ ବ୍ଲିଚ୍ ହୋଇଥାଏ। ମାସକୁ ଏହିପରି ଚାରିଥର କରିବା ଦ୍ବାରା ଚେହେରାରେ ଅଦ୍ଭୁତ ଚମକ ଉପଲବ୍ଧି କରିପାରିବେ।

ପିଆଜକୁ ଓଠ ପାଇଁ ମଧ୍ୟ ବ୍ୟବହାର କରାଯାଇପାରେ। ଯଦି ଧୂମପାନ କରି କିମ୍ବା ଅନ୍ୟ କୌଣସି କାରଣରୁ ଆପଣଙ୍କ ଓଠ କଳା ପଡ଼ିଯାଇଛି ତାହେଲେ ପିଆଜ ରସ ସହିତ ଭିଟାମିନ ଇ-ଅଏଲ ମିଶାଇ ଲଗାନ୍ତୁ। ଓଠ ମସୃଣ ରହିବା ସହିତ ଧିରେଧିରେ ଗୋଲାପି ମଧ୍ୟ ହୋଇଯିବ। ବିଛଣାକୁ ଯିବା ପୂର୍ବରୁ ରାତିରେ ଏହି ପେଷ୍ଟକୁ ଓଠରେ ଲଗାଇ ଶୋଇଲେ କିଛିଦିନ ମଧ୍ୟରେ ଓଠ ଗୋଲାପି ଓ ମସୃଣ ହୋଇଯିବ।

Comments are closed.