www.samajalive.in
Sunday, December 7, 2025
26.1 C
Bhubaneswar

ସ୍ବାସ୍ଥ୍ୟ ସହ ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ କ୍ଷୀର

ଏହା ଆମେ ସମସ୍ତେ ଜାଣନ୍ତି ଯେ, କ୍ଷୀର ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ। ଏଥିରେ ଭରପୁର ମାତ୍ରାରେ ପୋଷକ ତତ୍ତ୍ବ ରହିଥାଏ ଓ ଅନେକ ସ୍ବାସ୍ଥ୍ୟ ଉପକାରୀ ଉପାଦାନ ଥାଏ। ହେଲେ କ’ଣ ଆପଣ ଜାଣନ୍ତି କ୍ଷୀର ସ୍ବାସ୍ଥ୍ୟ ସହ ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ବିଶେଷ ଭାବେ ସହାୟକ ହୋଇଥାଏ। ଏହାର ସଠିକ୍ ଉପଯୋଗ ଦ୍ବାରା ଅନେକ ତ୍ବଚା ସମସ୍ୟା ଦୂର ହେବା ସହ ଆପଣ ଏକ ଉଜ୍ବଳ ଓ କୋମଳ ତ୍ବଚା ପାଇପାରିବେ। ତେବେ ଚାଲନ୍ତୁ ଜାଣିବା ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆମେ କିପରି କ୍ଷୀରର ବ୍ୟବହାର କରିବା –

ପ୍ରଥମେ କ୍ଷୀର ଦ୍ବାରା ତ୍ବଚାକୁ ସଫା କରନ୍ତୁ :
କଞ୍ଚା କ୍ଷୀରରେ ଲେମ୍ବୁ ରସ ମିଶାଇ ଏହାକୁ ତୁଳା ସାହାଯ୍ୟରେ ତ୍ବଚାରେ ଲଗାନ୍ତୁ ବା ତ୍ବଚାକୁ ପୋଛନ୍ତୁ। ଏହାକୁ ଲଗାଇ ୧୦-୧୫ ମିନିଟ ପର୍ଯ୍ୟନ୍ତ ରଖିବା ପରେ ଧୋଇ ଦିଅନ୍ତୁ। ଏହା ତ୍ବଚାର ମଇଳା ସଫା ହୋଇଯାଏ।

- Advertisement -

କ୍ଷୀର ଦ୍ବାରା ସ୍କ୍ରବ୍ :
ସ୍କ୍ରବ କରିବା ପାଇଁ ପ୍ରଥମେ କଞ୍ଚା କ୍ଷୀରରେ ମସୁର ଡ଼ାଲି ଗୁଣ୍ଡ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ବର୍ତ୍ତମାନ ସେହି ପେଷ୍ଟକୁ ନେଇ ତ୍ବଚାରେ ହାଲୁକା ଭାବେ ସ୍କ୍ରବ କରିବା ପରେ ଅଳ୍ପ ଉଷୁମ ପାଣିରେ ଧୋଇ ଦିଅନ୍ତୁ।

ଫେସପ୍ୟାକ୍ :
ଫେସପ୍ୟାକ୍ ପାଇଁ ଅଳ୍ପ କଞ୍ଚା କ୍ଷୀର ନେଇ ସେଥିରେ ହଳଦୀ ଗୁଣ୍ଡ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ତ୍ବଚାରେ ଲଗାଇ ୧୦-୧୫ ମିନିଟ ପର୍ଯ୍ୟନ୍ତ ରଖିବା ପରେ ଧୋଇ ଦିଅନ୍ତୁ। ଏହି ପ୍ୟାକ୍ ତ୍ବଚାକୁ ସଂକ୍ରମଣରୁ ରକ୍ଷା କରିବା ସହିତ ତ୍ବଚା ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର କରିଥାଏ।

ମଶ୍ଚରାଇଜର୍ :
କ୍ଷୀରରେ ମହୁ ମିଶାଇ ତ୍ବଚାରେ ହାଲୁକା ଭାବେ ମାଲିସ କରନ୍ତୁ। ଏହାକୁ ୧୦-୧୫ ମିନିଟ୍ ପର୍ଯ୍ୟନ୍ତ ରଖିବା ପରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହି ପେଷ୍ଟ ତ୍ବଚାକୁ ଉଜ୍ବଳ କରିବା ସହ କୋମଳ ମଧ୍ୟ କରିଥାଏ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories