www.samajalive.in
Sunday, December 7, 2025
14.1 C
Bhubaneswar

ବି.ଡି.ଓଙ୍କ ଉନ୍ନୟନ କାର୍ଯ୍ୟ ପରିଦର୍ଶନ

ହରଭଙ୍ଗା : ହରଭଙ୍ଗା ବି.ଡି. ନୀଳକଣ୍ଠ ବେହେରା ଗୁରୁବାର ଶଙ୍କୁଲେଇ ପଂଚାୟତ ଅର୍ନ୍ତଗତ ପାଣିଘରା ଘାଟି ରାସ୍ତା ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଛନ୍ତି। ପଂଚାୟତର ୧ନଂ ଓାର୍ଡ ଅର୍ନ୍ତଗତ ପାଣିଘରା ଘାଟି ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା। ଏହାକୁ ଦୃଷ୍ଟିରେ ରଖି ପଂଚାୟତ ଏସଏଫସି ଅନୁଦାନରୁ ଏକ ଲକ୍ଷ ଟଙ୍କାର ମାଟିରାସ୍ତା କାମ ହାତକୁ ନିଆଯାଇଥିଲା। ଘାଟିରାସ୍ତା ନିର୍ମାଣ କାର୍ଯ୍ୟ ଦେଖି ବି.ଡି. ସନ୍ତୋଷ ବ୍ୟକ୍ତ କରିଥିଲେ। ଏହା ସହ ଗ୍ରାମର ପାଣି ସମସ୍ୟା ନେଇ ଲୋକେ ବି.ଡି.ଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପାଣି ସମସ୍ୟା ଦୂର କରାଯିବ ବୋଲି ଗାଁ ଲୋକଙ୍କୁ ବି.ଡି. ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ବି.ଡି.ଓଙ୍କ ପରିଦର୍ଶନ ସମୟରେ ତାଙ୍କ ସହିତ କନିଷ୍ଠ ଯନ୍ତ୍ରୀ ଦେବାଶିଷ ନାୟକ ମଧ୍ୟ ଉପସ୍ଥିତ ଥିଲେ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories