www.samajalive.in
Friday, December 5, 2025
23.1 C
Bhubaneswar

ଆଜିଠାରୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ତିନିଦିନିଆ ପୂର୍ବ ଲଦାଖ ଗସ୍ତ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ରବିବାର ଠାରୁ ତିନିଦିନିଆ ପୂର୍ବ ଲଦାଖ ଗସ୍ତରେ ଯାଉଛନ୍ତି । ତାଙ୍କ ସହିତ ଭାରତର ସେନା ମୁଖ୍ୟ ଜେନେରାଲ ଏମ ଏମ ନର୍ବାଣେ ମଧ୍ୟ ଯିବେ । ଚୀନ ସହିତ ପୂର୍ବ ଲଦାଖ ଏବଂ ଅରୁଣାଚଳ ସୀମାନ୍ତରେ ଦୀର୍ଘ କାଳ ଧରି ଲାଗିରହିଥିବା ସୀମା ବିବାଦଜନିତ ଅଚଳାବସ୍ଥା ପରିପ୍ରେକ୍ଷୀରେ ଭାରତୀୟ ସେନାର ରଣ ପ୍ରସ୍ତୁତି ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ଟିକିନିଖି ଭାବରେ ସମୀକ୍ଷା କରିବେ ବୋଲି ଜଣାଯାଇଛି । ସୂଚନାଯୋଗ୍ୟ ଯେ ୨୦୨୦ ମଇ ମାସ ପ୍ରଥମ ସପ୍ତାହରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଚୀନ ସହିତ ସାମରିକ ଉତ୍ତେଜନା ପ୍ରଶମିତ କରିବାକୁ ଦୁଇପକ୍ଷ ମଧ୍ୟରେ ଆଉଏକ ପର୍ଯ୍ୟାୟ କୂଟନୈତିକ ଆଲୋଚନା କରାଯିବାର ଦୁଇଦିନ ପରେ ପ୍ରତିରକ୍ଷା ମନ୍ତ୍ରୀ ଉକ୍ତ ଅଞ୍ଚଳ ଗସ୍ତ କରୁଛନ୍ତି । ଏହି ଅବସରରେ ସେଠାରେ ସେ ସୀମା ସଡକ ସଂଗଠନ (ବିଆରଓ) ଦ୍ୱାରା ନିର୍ମାଣ କରାଯାଇଥିବା କେତେକ ସଂରଚନା ପ୍ରକଳ୍ପ ଉଦଘାଟନ କରିବା ସହିତ ଉକ୍ତ ଅଞ୍ଚଳରେ ମୁତୟନ ଭାରତୀୟ ସେନା ଯବାନଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜାଣିବାକୁ ମିଳିଛି । ଶୁକ୍ରବାର ଭାରତ ଓ ଚୀନ ମଧ୍ୟରେ କୂଟନୈତିକ ସ୍ତରୀୟ ଆଲୋଚନା କାଳରେ ଦୁଇପକ୍ଷ ସୀମାରେ ଅବଶିଷ୍ଟ ଅଞ୍ଚଳରୁ ନିଜ ନିଜର ସୈନ୍ୟ ପ୍ରତ୍ୟାହାର ପାଇଁ ଖୁବଶୀଘ୍ର ସାମରିକ ସ୍ତରରେ ଆଲୋଚନା ଆରମ୍ଭ କରିବାକୁ ସହମତ ହୋଇଥିଲେ ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories