www.samajalive.in
Friday, December 5, 2025
27.1 C
Bhubaneswar

ନେଦରଲାଣ୍ଡ୍‌ସ-ଚେକ୍‌ ଗଣରାଜ୍ୟ, ବେଲଜିୟମ-ପର୍ତ୍ତୁଗାଲ ମ୍ୟାଚ ଆଜି

ସିଭିଲେ/ବୁଦାପେଷ୍ଟ : ୟୁରୋକପ୍‌ ଫୁଟବଲ ପ୍ରତିଯୋଗିତାର ରବିବାର ଦୁଇଟି ପ୍ରି- କ୍ବାର୍ଟର ଫାଇନାଲ ମ୍ୟାଚ ଖେଳାଯିବ। ସିଭିଲେରେ ନେଦରଲାଣ୍ଡ୍‌ସ- ଚେକ୍‌ ଗଣରାଜ୍ୟ ଓ ବୁଦାପେଷ୍ଟରେ ବେଲଜିୟମ – ପର୍ତ୍ତୁଗାଲ ଲଢେଇ ହେବ।
୧୯୯୬ର ରନର୍ସଅପ ଚେକ୍‌ ଗଣରାଜ୍ୟ ୧୯୮୮ ଚମ୍ପିଆନ ନେଦରଲାଣ୍ଡସ ସିଭିଲେରେ ପ୍ରି- କ୍ବାର୍ଟର ଫାଇନାଲରେ ମୁହାଁମୁହିଁ ହେବେ। ଗ୍ରୁପ-ସି ରେ ସ୍ଥାନ ପାଇଥିବା ନେଦରଲାଣ୍ଡସ୍‌ ୩ଟି ମ୍ୟାଚରୁ ୩ଟି ବିଜୟ ସହ ୯ ପଏଣ୍ଟ ପାଇ ଗ୍ରୁପ ଶୀର୍ଷ ସ୍ଥାନ ହାସଲ କରିଥିଲା। ମଧ୍ୟପନ୍ଥୀ ଖେଳାଳି ଗର୍ଜିନିଓ ୱିଜ୍‌ନାଲଡୁମ୍‌ ୩ଟି ଓ ଡେଞ୍ଜେଲ ଡୁମ୍‌ଫ୍ରିସ୍ ୨ଟି ଗୋଲ ସ୍କୋର କରିବା ସହିତ ଭଲ ଫର୍ମରେ ମଧ୍ୟ ରହିଛନ୍ତି। ଡେଞ୍ଜେଲ ଓ ଗର୍ଜିନ ଯୋଡ଼ି ଚେକ୍‌ ଗଣରାଜ୍ୟକୁ ସମସ୍ୟାରେ ପକାଇବାର ଆଶା କରାଯାଉଛି। ଅନ୍ୟପକ୍ଷରେ ଚେକ୍‌ ଗଣରାଜ୍ୟ ମଧ୍ୟ କୌଣସି ଗୁଣରେ କମ୍‌ ନାହିଁ। ଗ୍ରୁପ୍‌-ଡିରେ ସ୍ଥାନ ପାଇଥିବା ଚେକ୍ ଗଣରାଜ୍ୟ ୩ଟି ମ୍ୟାଚରୁ ଗୋଟିଏ ବିଜୟ, ଗୋଟିଏ ଡ୍ର ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇ ତୃତୀୟ ଦଳ ଭାବେ ଶେଷ ୧୬ରେ ପ୍ରବେଶ କରିଥିଲା। ସ୍କଟ୍‌ଲାଣ୍ଡକୁ ୨-୦ରେ ପରାସ୍ତ କରିଥିବାବେଳେ କ୍ରୋଏସିଆ ସହ ୧-୧ ଡ୍ର ଓ ଇଂଲଣ୍ଡ ନିକଟରୁ ୧-୦ ଗୋଲରେ ପରାଜିତ ହୋଇଥିଲା। ପ୍ରତୀକ୍‌ ସେଚିକ୍‌ ୩ଟି ଗୋଲ ସ୍କୋର କରିଛନ୍ତି। ଉଭୟ ଦଳର ପ୍ରଦର୍ଶନକୁ ଦେଖିଲେ ନେଦରଲାଣ୍ଡସ୍ ଆଗର ରହିବ। କିନ୍ତୁ ଚେକ୍ ଗଣରାଜ୍ୟ ମ୍ୟାଚକୁ ସହଜରେ ଛାଡ଼ିବାକୁ ଦେବ ନାହିଁ। ସେହିପରି ବୁଦାପେଷ୍ଟରେ ବେଲଜିୟମ ଓ ପର୍ତ୍ତୁଗାର୍ଲ ମୁହାଁମୁହିଁ ହେବେ। ଗ୍ରୁପ-ବିରେ ସ୍ଥାନ ପାଇଥିବା ୧୯୮୦ର ରନର୍ସଅପ୍ ବେଲଜିୟମ ୩ଟି ମ୍ୟାଚ୍‌ରୁ ୩ଟି ବିଜୟ ସହ ଗ୍ରୁପ ଶୀର୍ଷ ସ୍ଥାନ ହାସଲ କରିଥିଲା। ଦଳ ରୁଷିଆକୁ ୩-୦, ଡେନମାର୍କକୁ ୨-୧ ଓ ଫିନଲାଣ୍ଡକୁ ୨-୦ ଗୋଲରେ ପରାସ୍ତ କରିଥିଲା। ରୋମିଲୁ ଲୁକାକୁ ୩ଟି ଗୋଲ ସ୍କୋର କରି ଚମତ୍କାର ଫର୍ମରେ ରହିଛନ୍ତି। ପ୍ରି- କ୍ବାର୍ଟର ଫାଇନାଲରେ ପର୍ତ୍ତୁଗାଲକୁ କଡା ଟକ୍କର ଦେବାର ଲକ୍ଷ୍ୟ ରଖିଛି। ସେହିପରି ଗ୍ରୁପ-ଏଫ୍‌ରେ ସ୍ଥାନ ପାଇଥିବା ଡିଫେଣ୍ଡିଂ ଚମ୍ପିଆନ ପର୍ତ୍ତୁଗାଲ ୩ଟି ମ୍ୟାଚରୁ ଗୋଟିଏ ବିଜୟ, ଗୋଟିଏ ଡ୍ର ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇ ୩ୟ ସ୍ଥାନରେ ରହିଥିଲା। ଦଳ ପ୍ରଥମ ମ୍ୟାଚରେ ହଙ୍ଗେରୀକୁ ୩-୦ରେ ପରାସ୍ତ କରିବାବେଳେ ଦ୍ବିତୀୟ ମ୍ୟାଚରେ ର୍ଜମାନୀ ନିକଟରୁ ବୃହତ ପରାଜୟ ବରଣ କରିଥିଲା। ଶେଷ ମ୍ୟାଚ ଫ୍ରାନ୍ସ ସହ ବରାବର ରଖିବାରେ ସକ୍ଷମ ହୋଇଥିଲା। ଅଧିନାୟକ କ୍ରିଷ୍ଟିଆନୋ ରୋନାଲଡୋ ୩ଟି ମ୍ୟାଚରୁ ୩ଟି ଗୋଲ ସ୍କୋର କରିଥିବାବେଳେ ଅନ୍ୟ ଖେଳାଳିମାନଙ୍କ ସେଭଳି ଭଲ ପ୍ରଦର୍ଶନ ଦେଖିବାକୁ ମିଳିନାହିଁ। ବେଲଜିୟମ ଭଲ ଫର୍ମରେ ରହିଥିବାରୁ ପର୍ତ୍ତୁଗାଲକୁ ମ୍ୟାଚ ଜିତିବା ସହଜ ହେବ ନାହିଁ। ଉଭୟ ଦଳ ମଧ୍ୟରେ ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories