www.samajalive.in
Monday, December 15, 2025
27.1 C
Bhubaneswar

ବିସିସିଆଇ ଚୟନ କମିଟିରେ ଓଡ଼ିଆ ତାରକା ଖେଳାଳି ପ୍ରଜ୍ଞାନ ଓଝା ଓ ଆରପି ସିଂ ସାମିଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ବାର୍ଷିକ ବୈଠକରେ ଅନେକ ଗୁଡିଏ ପଦବୀ ପୂରଣ କରାଯାଇଛି । ଏସ.ଶରଥ ଓ ସୁବ୍ରତ ବାନାର୍ଜୀଙ୍କ ବଦଳରେ ଚୟନ କମିଟିରେ ପ୍ରଜ୍ଞାନ ଓଝା ଓ ଆରପି ସିଂ ସାମିଲ କରାଯାଇଛି । ପ୍ରବୀଣ କୁମାର ଅଳ୍ପକେ ସୁଯୋଗ ପାଇ ପାରି ନାହାନ୍ତି । ଉତରାଂଚଳରୁ ଆରପି ସିଂ ଓ ପୂର୍ବାଂଚଳରୁ ପ୍ରଜ୍ଞାନଙ୍କୁ ସ୍ଥାନ ମିଳିଛି । ଆରପି ସିଂ ଭାରତ ପକ୍ଷରୁ ୧୪ ଟେଷ୍ଟ, ୫୮ ଦିନିକିଆ ଓ ୧୦ଟି ଟି୨୦ ମ୍ୟାଚ ଖେଳିଛନ୍ତି । ସେହିପରି ପ୍ରଜ୍ଞାନ ୨୪ ଟେଷ୍ଟ, ୧୮ ଦିିନିକିଆ ଓ ୬ଟି ଟି୨୦ ମ୍ୟାଚରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି । ସଚିନ ତେନ୍ଦୁଲକରଙ୍କ ଅନ୍ତିମ ଆନ୍ତର୍ଜାତୀୟ ମ୍ୟାଚ ପରେ ପ୍ରଜ୍ଞାନଙ୍କ କ୍ୟାରିୟର ମଧ୍ୟ ଶେଷ ହୋଇ ଯାଇଥିଲା ।

- Advertisement -

ସେହି ମ୍ୟାଚରେ ସେ ପ୍ଲେୟାର ଅଫ ଦି ମ୍ୟାଚ ହୋଇଥିଲେ । ପ୍ରଜ୍ଞାନ ୧୦୮ ପ୍ରଥମଶ୍ରେଣୀ ମ୍ୟାଚ ଖେଳିଛନ୍ତି । ବିିସିସିଆଇ ବୈଠକରେ ମିଥୁନ ମନହାସଙ୍କୁ ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ସେହିପରି ରାଜୀବ ଶୁକ୍ଲାଙ୍କୁ ପୂନର୍ବାର ଉପାଧ୍ୟକ୍ଷ, ଦେବଜିତ ସାଇକିଆଙ୍କୁ ସେକ୍ରେଟାରୀ, ଏ ରଘୁରାମ ଭଟ୍ଟଙ୍କୁ କୋଷାଧ୍ୟକ୍ଷ ଓ ପ୍ରଭତେଜ ସିଂ ଭାଟିୟାଙ୍କୁ ସଂଯୁକ୍ତ ସଚିବ ଭାବେ ଚୟନ କରାଯାଇଛି ।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories