www.samajalive.in
Monday, December 15, 2025
27.1 C
Bhubaneswar

ରୋହିତ, ବିରାଟଙ୍କ ଦିନିକିଆ ଭବିଷ୍ୟତ ଉପରେ ନିଷ୍ପତ୍ତି: ୩ରେ ବିସିସିଆଇର ଜରୁରୀ ବୈଠକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ମ​‌େ​‌ନାନୟନ କମିଟି ଅଧ୍ୟକ୍ଷ ଅଜିତ ଅାଗରକରଙ୍କ ସମେତ ଅନ୍ୟ କିଛି ବରିଷ୍ଠ ଅଧିକାରୀଙ୍କୁ ହଠାତ୍‌ ଜରୁରୀ ବୈଠକକୁ ଡାକିଛି ବିସିସିଆଇ। ବୁଧବାର ରାୟପୁରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଦ୍ୱିତୀୟ ଦିନିକିଆ ଖେଳିବ। ଏହାପୂର୍ବରୁ ଉକ୍ତ ଜରୁରୀ ବୈଠକ ଡକାଯାଇଛି। କୌଣସି ଜରୁରୀ ପ୍ରସଙ୍ଗକୁ ତତ୍କାଳ ଆଲୋଚନା ଲକ୍ଷ୍ୟରେ ଏପରି ବୈଠକ ବିସିସିଆଇ ଡାକିଥିବା ଖବର ପ୍ରକାଶ ପାଇଛି। ଭାରତୀୟ କ୍ରିକେଟ ଦଳର ଦୁଇ ବରିଷ୍ଠ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଉଭୟ କ୍ରମାଗତ ଦିନିକିଆରେ ଦମଦାର ପ୍ରଦର୍ଶନ କରି ଚାଲିଛନ୍ତି।

ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ମାରିଥିବା ବେଳେ ବିରାଟ ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶତକ ହାସଲ କରିଥିଲେ। ସମ୍ଭବତଃ ବିରାଟ ଓ ରୋହିତଙ୍କ ପ୍ରସଙ୍ଗରେ କିଛି ନିଷ୍ପତ୍ତି ନେବାକୁ ବିସିସିଆଇ ଚାହୁଁଥିବାରୁ ଗମ୍ଭୀର ଓ ଅାଗରକରଙ୍କୁ ନେଇ ବୈଠକ ଡାକିଛି। ସ୍ପୋର୍ଟସ ଷ୍ଟାରରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଜରୁରୀ ବୈଠକରେ ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ, ଯୁଗ୍ମ ସମ୍ପାଦକ ପ୍ରଭତେଜ ସିଂହ ଭାଟିଆ, ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ଜାତୀୟ ମନୋନୟନ କମିଟି ଅଧ୍ୟକ୍ଷ ଅଜିତ ଅାଗରକର ସାମିଲ ହେବେ। ନୂଆ କରି ବିସିସିଆଇର ସଭାପତି ହୋଇଥିବା ମିଥୁନ ମନହାସ ବୈଠକରେ ଯୋଗଦେବେ କି ନାହିଁ ସେକଥା ସ୍ପଷ୍ଟ ହୋଇନାହିଁ। ମ୍ୟାଚ ଦିନ ବୈଠକ ଡକାଯାଇଥିବାରୁ ରୋହିତ ଓ ବିରାଟଙ୍କ ଭଳି ବରିଷ୍ଠ ଖେଳାଳିଙ୍କୁ ବୈଠକକୁ ଡକା ଯିବାର ସମ୍ଭାବନା କମ ରହିଛି।

- Advertisement -

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ରିପୋର୍ଟରେ ଦାବି କରାଯାଇଛି ଯେ ଦଳରେ ଖେଳାଳି ମନୋନୟନରେ ସ୍ଥିରତା ରଖିବା ସହ ଭବିଷ୍ୟତ ଓ ପ୍ରଦର୍ଶନକୁ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଏପରି ବୈଠକ ଡକାଯାଇଛି। ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ଟିମର ନୈରାଶ୍ୟଜନକ ପ୍ରଦର୍ଶନର ମାନସମନ୍ଥନ ମଧ୍ୟ ବୈଠକରେ ହେବ। ଉଭୟ ଗମ୍ଭୀର ଓ ଅାଗରକର ବୈଠକରେ ଯୋଗ ଦେବାର ଥିବାରୁ ବିସିସିଆଇ ସେମାନଙ୍କ ଉଦ୍ଦେଶ୍ୟ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ମଧ୍ୟ ଜାଣିବାକୁ ଲକ୍ଷ୍ୟ ରଖିଛି।

୨୦୨୬ରେ ଭାରତରେ ଟି-୨୦ ବିଶ୍ୱକପ ଖେଳାଯିବ। ସେହିପରି ୨୦୨୭ରେ ଦିନିକିଆ ବିଶ୍ୱକପ ରହିଛି। ତେଣୁ ଦଳରେ ଥିବା ସବୁ ପ୍ରକାରର ଦ୍ୱନ୍ଦ୍ୱକୁ ବିସିସିଆଇ ତୁରନ୍ତ ସମାଧାନ କରିବାକୁ ଚାହୁଁଥିବାରୁ ବୈଠକ ଡକାଯାଇଥିବା ଏହି ସୂତ୍ରରେ ଦାବି କରାଯାଇଛି। ୩୭ ବର୍ଷୀୟ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରି ସାରିଛନ୍ତି। କିନ୍ତୁ ଏହି ନିଷ୍ପତ୍ତି ଉପରେ ପୁଣି ବିଚାର କରିବାକୁ ବିସିସିଆଇ ବିରାଟଙ୍କ ସହ କଥା ହେଉଥିବା ଖବର ପ୍ରକାଶ ପାଇଥିଲା।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories