www.samajalive.in
Sunday, December 14, 2025
15.1 C
Bhubaneswar

ଦିଲ୍ଲୀ ବିସ୍ଫୋରଣ ଘଟଣା ୧୪ ଦିନିଆ ହାଜତକୁ ଗଲେ ଅଲ୍‌ ଫଲାହ ପ୍ରତିଷ୍ଠାତା

ନୂଆଦିଲ୍ଲୀ : ଦିଲ୍ଲୀ ବିସ୍ଫୋରଣ ଘଟଣାରେ ସ୍ଥାନୀୟ ଏକ ଅଦାଲତ ଫରିଦାବାଦସ୍ଥିତ ଅଲ୍‌ ଫଲାହ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଜାଭେଦ ଅହମ୍ମଦ ସିଦ୍ଦିକୀଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ନଭେମ୍ବର ୧୯ରେ ସିଦ୍ଦିକୀଙ୍କୁ ପ୍ରଥମେ ୧୩ ଦିନ ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ହେପାଜତକୁ ପଠାଯାଇଥିଲା। ଏହି ମିଆଦ ଶେଷ ହେବାପରେ ସୋମବାର ସିଦ୍ଦିକୀଙ୍କୁ ଅଦାଲତରେ ହାଜର କରାଯାଇଥିଲା। ଅତିରିକ୍ତ ଫୌଜଦାରୀ ବିଚାରପତି ତାଙ୍କୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତ ପଠାଇଛନ୍ତି। ହାଜତରେ ଅବସ୍ଥାନ କାଳରେ ନିର୍ଦିଷ୍ଟ କେତେକ ଔଷଧ ଓ ଚଷମା ବ୍ୟବହାର ପାଇଁ ସିଦ୍ଦିକୀ ଯେଉଁ ଅନୁମତି ଲୋଡିଥିଲେ, ତାହାକୁ ବିଚାରପତି ମଞ୍ଜୁର କରିଛନ୍ତି। ଜେଲରେ ଅବସ୍ଥାନ କାଳରେ ସିଦ୍ଦିକୀଙ୍କ ସ୍ବାସ୍ଥାବସ୍ଥାର ଯତ୍ନ ନେବାକୁ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ସିଦ୍ଦିକୀ ଜାଲ ନାକ୍‌ ସାର୍ଟିଫେିକେଟ ଜରିଆରେ ଅଲ୍‌ ଫଲାହ ବିଶ୍ବବିଦ୍ୟାଳୟର ସ୍ବୀକୃତି ହାସଲ କରିଥିବା ଅଭିଯୋଗ ହୋଇଛି। ୨୦୧୮ରୁ ୨୦୨୫ ମଧ୍ୟରେ ବିଶ୍ବବିଦ୍ୟାଳୟ ଡାକ୍ତରୀ ଛାତ୍ରଙ୍କ ନାମଲେଖା ବାବଦରେ ୪୧୫ କୋଟି ଟଙ୍କାର ରାଜସ୍ବ ହାତେଇଥିବା ଜଣାପଡିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories