www.samajalive.in
Friday, December 5, 2025
23.1 C
Bhubaneswar

ଦିଲ୍ଲୀ ବିସ୍ଫୋରଣ ଘଟଣା ୧୪ ଦିନିଆ ହାଜତକୁ ଗଲେ ଅଲ୍‌ ଫଲାହ ପ୍ରତିଷ୍ଠାତା

ନୂଆଦିଲ୍ଲୀ : ଦିଲ୍ଲୀ ବିସ୍ଫୋରଣ ଘଟଣାରେ ସ୍ଥାନୀୟ ଏକ ଅଦାଲତ ଫରିଦାବାଦସ୍ଥିତ ଅଲ୍‌ ଫଲାହ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଜାଭେଦ ଅହମ୍ମଦ ସିଦ୍ଦିକୀଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ନଭେମ୍ବର ୧୯ରେ ସିଦ୍ଦିକୀଙ୍କୁ ପ୍ରଥମେ ୧୩ ଦିନ ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ହେପାଜତକୁ ପଠାଯାଇଥିଲା। ଏହି ମିଆଦ ଶେଷ ହେବାପରେ ସୋମବାର ସିଦ୍ଦିକୀଙ୍କୁ ଅଦାଲତରେ ହାଜର କରାଯାଇଥିଲା। ଅତିରିକ୍ତ ଫୌଜଦାରୀ ବିଚାରପତି ତାଙ୍କୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତ ପଠାଇଛନ୍ତି। ହାଜତରେ ଅବସ୍ଥାନ କାଳରେ ନିର୍ଦିଷ୍ଟ କେତେକ ଔଷଧ ଓ ଚଷମା ବ୍ୟବହାର ପାଇଁ ସିଦ୍ଦିକୀ ଯେଉଁ ଅନୁମତି ଲୋଡିଥିଲେ, ତାହାକୁ ବିଚାରପତି ମଞ୍ଜୁର କରିଛନ୍ତି। ଜେଲରେ ଅବସ୍ଥାନ କାଳରେ ସିଦ୍ଦିକୀଙ୍କ ସ୍ବାସ୍ଥାବସ୍ଥାର ଯତ୍ନ ନେବାକୁ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ସିଦ୍ଦିକୀ ଜାଲ ନାକ୍‌ ସାର୍ଟିଫେିକେଟ ଜରିଆରେ ଅଲ୍‌ ଫଲାହ ବିଶ୍ବବିଦ୍ୟାଳୟର ସ୍ବୀକୃତି ହାସଲ କରିଥିବା ଅଭିଯୋଗ ହୋଇଛି। ୨୦୧୮ରୁ ୨୦୨୫ ମଧ୍ୟରେ ବିଶ୍ବବିଦ୍ୟାଳୟ ଡାକ୍ତରୀ ଛାତ୍ରଙ୍କ ନାମଲେଖା ବାବଦରେ ୪୧୫ କୋଟି ଟଙ୍କାର ରାଜସ୍ବ ହାତେଇଥିବା ଜଣାପଡିଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories