www.samajalive.in
Friday, December 5, 2025
23.1 C
Bhubaneswar

ବାରବାଟୀ ପିଚ୍‌ ଯାଞ୍ଚ କଲେ କ୍ୟୁରେଟର୍‌

କଟକ: ବାରବାଟୀରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଆଜି ପଡିଆରେ ପିଚ୍‌ ଯାଞ୍ଚ କରିଛନ୍ତି କ୍ୟୁରେଟର୍‌ । ବାରବାଟୀ ପଡିଆରେ କ୍ୟୁରେଟର ଆଶିଷ ଭୌମିକ ପହଞ୍ଚି ପିଚ୍‌ ଯାଞ୍ଚ କରିଛନ୍ତି । କ୍ୟୁରେଟର ଆଶିଷ ଭୌମିକଙ୍କ ସହ ଓସିଏର ମୁଖ୍ୟ ଓ ଅନ୍ୟ ଗ୍ରାଉଣ୍ଡ ଷ୍ଟାଫ୍‌ ଉପସ୍ଥିତ ରହିଛନ୍ତି ।

ବାରବାଟୀରେ ଟି-୨୦ ମ୍ୟାଚ ପାଇଁ ତିନୋଟି ପିଚ୍‌ ପ୍ରସ୍ତୁତ କରାଯାଇଛି । ପିଚ୍‌ ଯାଞ୍ଚ ହେବା ପରେ କେଉଁଟାରେ ଖେଳାଯିବ ତାହା ସ୍ପଷ୍ଟ ହେବ । ଡିସେମ୍ବର ୯ରେ ଏଠାରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଖେଳାଯିବ । ଏଥିପାଇଁ ଗତକାଲି ଅନଲାଇନରେ ଟିକେଟ ବିକ୍ରି ସରିଛି । ମାତ୍ର କିଛି ମିନିଟରେ ଅନଲାଇନରେ ୨୦୦୦ ଟିକେଟ ସେଲ୍‌ ହୋଇଯାଇଥିଲା । ଏବେ ଅଫଲାଇନ ଟିକେଟକୁ ଅପେକ୍ଷା କରିଛନ୍ତି କ୍ର୍ରିକେଟ ପ୍ରେମୀ ।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories