www.samajalive.in
Monday, December 15, 2025
24.1 C
Bhubaneswar

ବିଜେପିର ପ୍ରେମ କୁମାର ବିହାର ବିଧାନସଭା ବାଚସ୍ପତି

ପାଟନା : ବିଜେପିର ବରିଷ୍ଠ ନେତା ପ୍ରେମ କୁମାର ବିହାର ବିଧାନସଭାର ନୂଆ ବାଚସ୍ପତି ହେବାକୁ ଯାଉଛନ୍ତି। ନବଗଠିତ ବିହାର ବିଧାନସଭାର ବାଚସ୍ପତି ପଦ ନିର୍ବାଚନ ପାଇଁ ସୋମବାର ପ୍ରେମ କୁମାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତାଙ୍କ ପ୍ରତିଦ୍ବନ୍ଦ୍ବୀ ଭାବେ ଅନ୍ୟ କେହି ପ୍ରାର୍ଥିପତ୍ର ଦାଖଲ କରି ନ ଥିବାରୁ ସେ ନିର୍ଦ୍ବନ୍ଦ୍ବରେ ବାଚସ୍ପତି ଭାବେ ନିର୍ବାଚିତ ହେବେ। ସୋମବାର ବାଚସ୍ପତି ପଦ ନିର୍ବାଚନ ପାଇଁ ବିଧାନସଭା ସଚିବଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ ବେଳେ ପ୍ରେମ କୁମାରଙ୍କ ସହିତ ବିଜେପିର ଦୁଇ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନା ଉପସ୍ଥିତ ରହିଥିଲେ। ଏହା ସହିତ ଜେଡିୟୁ ନେତା ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିଜୟ କୁମାର ଚୌଧୁରୀ ଉପସ୍ଥିତ ରହିଥିଲେ। ବିହାର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ ୨୦୨ ଆସନ ପାଇ ସରକାର ଗଠନ କରିଛି। ବିହାର ସରକାରରେ ବିଜେପି ଦୁଇ ଉପମୁଖ୍ୟମନ୍ତ୍ରୀ ପଦ ପାଇଥିବାବେଳେ ଏବେ ବାଚସ୍ପତି ପଦ ହାତେଇବାରେ ସଫଳ ହୋଇଛି। ଏପରିକି ସରକାରରେ ବିଜେପିକୁ ଗୃହ ବିଭାଗ ମଧ୍ୟ ମିଳିଛି।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories