www.samajalive.in
Sunday, December 7, 2025
16.1 C
Bhubaneswar

କଳାପାହାଡର ଇତିହାସ ପୁନରାବୃତି ନ ହେଉ : ନିରଞ୍ଜନ

ଭୁବନେଶ୍ୱର : କରୋନା କାରଣରୁ ଶ୍ରୀକ୍ଷେତ୍ର ପୁରୀରେ ରଥଟଣାକୁ ନେଇ ଏତେ ତୁମ୍ବି ତୋଫାନ କାହିଁକି ଚାଲିଛି । ଯଦି ଆମେ କୋଟି କୋଟି ଭକ୍ତଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଉପରେ ପ୍ରକୃତରେ ବିଶ୍ୱାସ କରୁଛେ ସମସ୍ତ କାର୍ଯ୍ୟ ସେଇ ମହାପ୍ରଭୁଙ୍କ ଉପରେ ଛାଡ଼ି ଦିଅନ୍ତୁ । ସେ ନିଷ୍ପତି କରିବେ କେଉଁଟା ଭୁଲ କେଉଁଟା ଠିକ୍ । ତାହା ନ କରି ଟିଭି ଆଉ ଖବରକାଗଜ ଆଦି ମାନଙ୍କରେ ରଥଯାତ୍ରା ଓ କରୋନାକୁ ନେଇ ଯେଉଁ ତୁମ୍ବି ତୋଫାନ ଚାଲିଛି ତାହା ଠିକ୍ ନୁହେଁ ବୋଲି ପିସିସି ସଭାପତି ପ୍ରକାଶ କରିଛନ୍ତି। ଆମର ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି ଯାହା ହେବ ଠିକ୍ ହେବ । କିନ୍ତୁ ସରକାର ଠିକ୍ ସମୟରେ ନିଷ୍ପତି ନେଇ ପାରିଲେ ନାହିଁ ଯଦି ନିଷ୍ପତି ନେଇଥାନ୍ତେ ତେବେ ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରେସବାର୍ତା ମାଧ୍ୟମରେ ଦୁଃଖ ପ୍ରକାଶ କରି କହିଛନ୍ତି ।

ସରକାର ନିଷ୍ପତି ନେବାରେ କାହିଁକି ବିଳମ୍ବକଲେ ସେ ସେକଥା ସରକାର ଜାଣିଥିବେ । କିନ୍ତୁ ମୋର ଯାହା ମନହୁଏ ଯେ କୌଣସି ସରକାର ଏ ନିଷ୍ପତି ନେବାରେ ଭୟକରିବେ ଏହି କରୋନା ମହାମାରୀ ସମୟରେ । ତେଣୁ ସରକାର ଭୟରେ ବିଳମ୍ବକଲେ ଏବଂ ନିଷ୍ପତି ନେଇପାରିଲେ ନାହିଁ । କାରଣ ଏ ଯେଉଁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ ସେଥିରେ କରୋନା ଆକ୍ରାନ୍ତ ବୃଦ୍ଧି ହେବାର ସମ୍ଭାବନ ଅଧିକ ହୁଏ ତାକୁ ସମ୍ଭାଳିବା ମୁସ୍କୁଲି ହେବ । ସାରା ଓଡ଼ିଶା କ’ଣ ସାରା ଭାରତବର୍ଷ ଭୟାବହ ପରିସ୍ଥିତି ସୃଷ୍ଟି ହେବ। ସେଇ ବଦନାମ ନେବା ପାଇଁ ସରକାର ଚାହିଁଲେନି ବା ସେତିକି ଭୟ ତାଙ୍କ ମନଭିତରୁ ଦୂର ହୋଇପାରିଲା ନାହିଁ ବାହାରେ ଥାଇ କହିବା ବହୁତ ସୁବିଧା ତେଣୁ ନିଶ୍ଚିତ ଭାବେ ସରକାରଙ୍କ ମନରେ ଭୟର ସଂଚାର ହେଲା ଏବଂ ଭୟ ଜନିତ କାରଣରୁ ଏ ନିଷ୍ପତି ନେଇପାରିଲେ ନାହିଁ । ସର୍ବୋଚ୍ଚ ନ୍ୟାୟଳୟଙ୍କ ଆଦେଶମତେ ପରିସ୍ଥିତି ଭିନ୍ନ ମୋଡ଼ ନେଇଛି ଏବଂ ଏହାକୁ ସମସ୍ତଙ୍କୁ ମାନିବାକୁ ପଡ଼ିବ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରଥଯାତ୍ରା ବନ୍ଦକୁ ନେଇ ଏକ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି । ବାସ୍ତବରେ ରଥଯାତ୍ରା ହେଲେ ମଧ୍ୟ ଲୋକ ଆସିବେ ନାହିଁ ତାର ମୁଖ୍ୟ କାରଣ ହେଉଛି କରୋନା ମହାମାରୀ କଟକଣାକୁ ସ୍ୱତପ୍ରବୁତ ଭାବେ ଜନସାଧାରଣ ମାନି ନେଇଛନ୍ତି । ଏହାର ବଳିଷ୍ଠ ଉଦାହରଣ ହେଉଛି ବସ ଓ ଟ୍ରେନରେ କଟକଣା କୋହଳ ହେବା ସତ୍ୱେ ଲୋକଙ୍କ ଯାତାୟତ ସାଧାରଣ ଭାବେ ହେଉନାହିଁ । ସର୍ବସାଧାରଣ ସ୍ଥାନରେ ଲୋକ ଏକାଠି ହେଉନାହାଁନ୍ତି । ଅର୍ଥାତ ସାଧାରଣ ଜନତା ସରକାରଙ୍କ ନିଷ୍ପତିକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି । ଲୋକଙ୍କ ସୁରକ୍ଷା ପାଇଁ ସରକାର ଯେଉଁ ନିଷ୍ପତି ନେବେ ତାକୁ ପାଳନ କରିବା ପାଇଁ ଆମେ ବାରମ୍ବାର କହିଛୁ ଓ ମାନିବୁ ମଧ୍ୟ । ଯଦି ସ୍ନାନ ପୂର୍ଣ୍ଣିମାକୁ ଅତି ଶୃଙ୍ଖଳାର ସହିତ ସରକାର କରାଇପାରିଲେ ସେହି ପରି ସାରା ଓଡ଼ିଶାକୁ ସଟ୍‌ଡାଉନ ଘୋଷଣା କରି ଭକ୍ତ ଶୂନ୍ୟରେ ପୁଲିସ୍ ଆଉ ସେବାୟତଙ୍କୁ ନିୟୋଜିତ କରି ରଥାଯାତ୍ରା କରାଇପାରିଲେ ତେବେ କଳାପାହାଡ଼ର କଳାନାମା ଇତିହାସରେ ଲେଖା ହୁଅନ୍ତା ନାହିଁ କି ଯେଉଁ ବିଶେଷଜ୍ଞମାନେ ବିଭିନ୍ନ ପ୍ରକାର କଥା କହୁଛନ୍ତି ସେ କଥା ବା ଇତିହାସ ସମାପ୍ତ ହୁଅନ୍ତା ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories