www.samajalive.in
Sunday, December 7, 2025
26.1 C
Bhubaneswar

ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାରର ଏକ ନୂତନ ଅତ୍ୟାଧୁନିକ ଅଟ୍ଟାଳିକା ଉଦ୍‌ଘାଟିତ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ରସୁଲଗଡ ପରିସର ମଧ୍ୟରେ ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାରର ଏକ ନୂତନ ଅତ୍ୟାଧୁନିକ ଅଟ୍ଟାଳିକା ଆଜି ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କର କର କମଳରେ ଉଦ୍‌ଘାଟିତ ହୋଇଯାଇଛି ।  ଏହି ଉଦ୍‌ଘାଟନୀ ଉତ୍ସବରେ ସି. ଆଇ. ଡି., ସିବି, ଅତିରିକ୍ତ ପୁଲିସ ମହା ନିର୍ଦ୍ଦିଶକ ଶ୍ରୀ ସଂଜୀବ ପଣ୍ଡା,ଆଇ.ପି.ଏସ, ରାଜ୍ୟ ଅପରାଧ ନଥି ସଂସ୍ଥାର ଅତିରିକ୍ତ  ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର, ଆଇ.ପି.ଏସ, ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାରର ନିର୍ଦ୍ଦେଶକ ତଥା ପୁଲିସ ମହାନିରୀକ୍ଷକ ଶ୍ରୀ ରାଜେଶ କୁମାର,ଆଇ.ପି.ଏସ, ପୁଲିସ ଅଧିକ୍ଷକ, କମ୍ପ୍ୟୁଟର, ଡଃସତ୍ୟଜିତ୍‌ ନାୟକ, ଆଇ.ପି.ଏସ୍‌ପ୍ରମୁଖ ଉପସ୍ଥିତ ଥିଲେ ।
ଓଡିଶା ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଦ୍ୱାରା ନିର୍ମିତ ଏହି ୪-ତାଲା ବିଶିଷ୍ଟ ବିଜ୍ଞାନାଗାରରେ ଅତ୍ୟାଧୁନିକ ଅପରାଧ ବିଧି ବିଜ୍ଞାନାଗାର ର ସମସ୍ତ ସୁବିଧା ଉପଲବ୍ଧ ରହିଛି ।  ମାନବ ସମ୍ବଳ ଓ ଯନ୍ତ୍ରପାତି ଦୃଷ୍ଟିକୋଣରୁ ଓଡିଶା ଅପରାଧ ବିଧି ବିଜ୍ଞାନାଗାର ଭାରତ ବର୍ଷର ଅଗ୍ରଣୀ ବିଜ୍ଞାନାଗାରମାନଙ୍କ ମଧ୍ୟରୁ ଅନ୍ୟତମ ।  ଏହି ବିଜ୍ଞାନାଗାର କାର୍ୟ୍ୟକ୍ଷମ ହେବା ଫଳରେ ଉକ୍ତ ବିଜ୍ଞାନାଗାରରେ ପୂର୍ବରୁ ରହିଥିବା ସ୍ଥାନ ଅଭାବର ସମସ୍ୟା ଦୂର ହୋଇଛି ଏବଂ ବୈଜ୍ଞାନିକ ମାନଙ୍କୁ କାର୍ୟ୍ୟ କରିବା ପାଇଁ ଏକ ସୁସ୍ଥ ଅନୁକୂଳ ବାତାବରଣ ମିଳିପାରିଛି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories