ଶିଳ୍ପାଞ୍ଚଳରେ ୪ ପଲିଥିନ୍‍ କାରଖାନା ଠାବ

ଭୁବନେଶ୍ୱର: ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ୪ ପଲିଥିନ୍ କାରଖାନା ଠାବ ହୋଇଛି। ଯାଞ୍ଚ ପରେ ଦୁଇଟି କାରଖାନାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପ୍ରମାଣପତ୍ର ନ ଥିବା ଜଣାପଡ଼ିଛି। ଏଠାରେ ନିଷିଦ୍ଧ ପଲିଥିନ୍ ଉତ୍ପାଦନ କରାଯାଉଥିବା ଯାଞ୍ଚକାରୀ ଦଳ ଜାଣିବାକୁ ପାଇଛି।  ବିଭିନ୍ନ ଆଇନ୍ ଉଲ୍ଲଘଂନ କରୁଥିବାରୁ ଦୁଇ କାରଖାନା ମାଲିକଙ୍କୁ ଜୋରିମାନା ହୋଇଛି।ବିଏମ୍‍ସି କମିସନର ପ୍ରେମଚନ୍ଦ୍ର ଚୌଧାରୀ ଏବଂ ଅତିରିକ୍ତ କମିସନର ଅବନିକାନ୍ତ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଜୋନାଲ୍‍ ଡେପୁଟି କମିସନର ପ୍ରମୋଦ ପୃଷ୍ଟିଙ୍କ ନେତୃତ୍ୱରେ ବିଏମ୍‍ସି, ବିଡିଏ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ପୁଲିସର ମିଳିତ ଦଳ ପଲିଥିନ୍‌ କାରଖାନ ଠାବ କରି ଯାଞ୍ଚ କରିଥିଲା। ଦୁଇଟି କାରଖାନାରେ ୫୦ ମାଇକ୍ରୋନ୍‍ରୁ କମ୍‍ ଓଜନ ପଲିଥିନ୍‌ ପ୍ରସ୍ତୁତ କରାଯାଉଥିବା ଯାଞ୍ଚଦଳ ଜାଣିବାକୁ ପାଇଥିଲା। ଉକ୍ତ କାରଖାନା ଦୁଇଟି ବିନା ବ୍ୟବସାୟ ଅନୁମତିପତ୍ରରେ ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଉତ୍ପାଦନ ଜାରି ରଖିଥିବା ଜଣାପଡ଼ିଥିଲା। ଏମାନେ ରାଜ୍ୟ ପ୍ରଦୂଷଣ ବୋର୍ଡରେ ପଞ୍ଜିକୃତ ମଧ୍ୟ ହୋଇ ନାହାନ୍ତି। କେବଳ ଜିଲା ଶିଳ୍ପକେନ୍ଦ୍ରରେ ପଞ୍ଜିକୃତ ହୋଇ ବ୍ୟବସାୟ ଚଳାଇ ଆସୁଥିଲେ। ଗୋଟିଏ କାରଖାନାକୁ ୩୦ ଏବଂ ଅନ୍ୟଟିକୁ ୨୦ହଜାର ଟଙ୍କା ଜୋରିମାନା କରାଯାଇଛି। ବିଏମ୍‌ସି ଅତିରିକ୍ତ କମିସନର ଶ୍ରୀ ସାହୁ କହିଛନ୍ତି, ପଲିଥିନ୍‍ ନିୟନ୍ତ୍ରଣ ମାର୍ଗଦର୍ଶିକା ଅନୁସରଣ କରାଯାଇ ଏହି ପଦକ୍ଷେପ ନିଆଯାଉଛି।

prayash
kalyan agarbati

Comments are closed.