ଭୁବନେଶ୍ଵର: ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି । ପବିତ୍ର କୃଷ୍ଣ ଜନ୍ମାଷ୍ଟମୀ । ପୌରାଣିକ ଆଖ୍ୟାନ ଅନୁସାରେ ଦ୍ଵାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଏହି ଦିନ ଜନ୍ମ ନେଇଥିଲେ। କଂସଙ୍କୁ ବଦ୍ଧ କରିବା ନିମନ୍ତେ ଦେବକୀଙ୍କ ଗର୍ଭରୁ ବନ୍ଦୀ ଶାଳାରେ ମାନବ ରୂପରେ ଜନ୍ମଗ୍ରହଣ କରିଥିଲେ ଭଗବାନ ଶ୍ରୀକୃଷ୍ଣ । ଦେଶ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ବଡ ଆଡମ୍ବର ସହକାରେ ପାଳନ ହେଉଛି ଶ୍ରୀକୃଷ୍ଣ ଜନ୍ମୋତ୍ସବ। ଏଥିପାଇଁ ଭୁବନେଶ୍ଵର ଇସ୍କନ ମନ୍ଦିରରେ ସକାଳୁ ସକାଳୁ ପ୍ରବଳ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି। ସେପଟେ ଭକ୍ତଙ୍କ ଭିଡକୁ ଦୃଷ୍ଟି ରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଛି।
Popular Categories



