ଆଜି ଭାରତ ବନ୍ଦ : ଦରବୃଦ୍ଧି, ମାନ୍ଦାବସ୍ଥା, ପ୍ରସ୍ତାବିତ ଶ୍ରମ ଆଇନକୁ ବିରୋଧ

ଭୁବନେଶ୍ୱର:  କେନ୍ଦ୍ରୀୟ ଶ୍ରମିକ ସଂଗଠନ ତଥା ବିଭିନ୍ନ ଫେଡେରେସନ ତରଫରୁ ବୁଧବାର ସର୍ବଭାରତୀୟ ୨୪ଘଣ୍ଟିଆ ଧର୍ମଘଟ ଡକରା ଦିଆଯାଇଛି। ଏହାକୁ କଂଗ୍ରେସ ସମେତ ବାମଦଳ ଗୁଡିକ ସମର୍ଥନ ଜଣାଇଥିବାରୁ ଜନଜୀବନ ଉପରେ ପ୍ରଭାବ ପଡିବା ସମ୍ଭାବନା ରହିଛି। ୮ ତାରିଖ ସକାଳ ୬ ଟାରୁ ୯ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଧର୍ମଘଟ ଡକରା ଦିଆଯାଇଛି। ଏହି ଧର୍ମଘଟ ଯୋଗୁଁ ଯାନବାହନ ଚଳାଚଳ ବାଧାପ୍ରପ୍ତ ହେବା ଆଶଙ୍କା ରହିଛି।

ଓଡ଼ିଶାରେ ଭାରତ ବନ୍ଦକୁ ସଂପୂର୍ଣ୍ଣ ସଫଳ କରିବା ପାଇଁ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନର ପ୍ରତିନିଧିମାନେ ମଙ୍ଗଳବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ, ଗୃହମନ୍ତ୍ରୀ, କ୍ୟାପଟେନ୍‍ ଦିବ୍ୟସିଂହ ମିଶ୍ର ଓ ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକଙ୍କୁ ସଚିବାଳୟରେ ସାକ୍ଷାତ କରି ସମର୍ଥନ ଲୋଡିଛନ୍ତି। କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଏଆଇଟିୟୁସି, ଆଇଏନ୍‍ଟିୟୁସି, ସିଆଇଟିୟୁ, ଏଆଇସିସିଟିୟୁ, ଏଆଇୟୁଟିୟୁସି, ଧର୍ମଘଟର ଦାବୀ ଅନୁଯାୟୀ ୪୪ଟି ଲେବର ଆଇନକୁ ଚାରୋଟି ଲେବର କୋଡରେ ପରିଣତ କରିବା ସଂକ୍ରାନ୍ତ କେନ୍ଦ୍ରର ପ୍ରୟାସକୁ ବନ୍ଦ କରିବା, ସର୍ବନିମ୍ନ ମଜୁରୀ ୨୧,୦୦୦ ଟଙ୍କା ବୃଦ୍ଧି, ଆର୍ଥିକ ମାନ୍ଦାବସ୍ଥା, ହୁ ହୁ ହୋଇ ବଢୁଥିବା ତେଲ ଦର, ପନିପରିବା ଓ ଅନ୍ୟାନ୍ୟ ସାମଗ୍ରୀର ଦରକୁ ନିୟନ୍ତ୍ରଣ କରିବା, ବେକାର ସମସ୍ୟା ଦୂର କରିବା, କେନ୍ଦ୍ର ସରକାରଙ୍କର କର୍ପୋରେଟର ସେକ୍ଟର ପ୍ରତି ଅହେତୁକ ଅନୁକମ୍ପାକୁବନ୍ଦ କରିବା ଉଦ୍ଦେଶ୍ୟରେ ଉକ୍ତ ଧର୍ମଘଟକୁ ସଂପୂର୍ଣ୍ଣ ସଫଳ କରିବା ପାଇଁ ଶ୍ରମିକ ନେତା, କଂଗ୍ରେସ ଓ ବାମଦଳ ଗୁଡିକ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଆନ୍ତରିକ ସମର୍ଥନ ନେଇ ଶ୍ରମିକ ସଂଗଠନ ପ୍ରତିନିଧିମାନେ ତାଙ୍କ ସହଯୋଗୀ ମନ୍ତ୍ରୀମାନଙ୍କ ସହ ଆଲେଚନା କରିଛନ୍ତି। ଶ୍ରମିକ ପ୍ରତିନିଧିମଣ୍ଡଳୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଉକ୍ତ ଧର୍ମଘଟକୁ ସଂପୂର୍ଣ୍ଣ ସଫଳ କରିବା ପାଇଁ କଂଗ୍ରେସର ଦଳର ସାହାଯ୍ୟ ଲୋଡ଼ିଛନ୍ତି। ଶ୍ରୀ ପଟ୍ଟନାୟକ ସାରା ଓଡ଼ିଶାରେ ଉକ୍ତ ଧର୍ମଘଟକୁ ସଫଳ କରିବା ପାଇଁ ଶ୍ରମିକ ନେତୃମଣ୍ଡଳୀକୁ ପ୍ରତିଶ୍ରୁତି ଦେଇଥିଲେ। ସମାଜବାଦୀ ପାର୍ଟି ଓ କିଶାନ କଂଗ୍ରେସ ମଧ୍ୟ ଏହି ଧର୍ମଘଟକୁ ସମର୍ଥନ ଜଣାଇଛନ୍ତି। ଏହି ପ୍ରତିନିଧିମଣ୍ଡଳୀ ଆଇଏନ୍‍ଟିୟୁସିର ଉପସଭାପତି ରାଷ୍ଟ୍ରୀୟ ସଂପାଦକ ମଦନ ମୋହନ ଧଳ, ଏଆଇଟିୟୁସିର ସାଧାରଣ ସଂପାଦକ ଡଃ ସୌରିବନ୍ଧୁକର ଓ ରାଷ୍ଟ୍ରୀୟ ସଂପାଦକ ରାମକୃଷ୍ଟ ପଣ୍ଡା, ସିଆଇଟିୟୁର ଜନାର୍ଦ୍ଦନ ପତି, ଏଆଇସିସିଟିୟୁର ମହେନ୍ଦ୍ର ପରିଡ଼ା ଓ ଏଆଇୟୁଟିୟୁସିର ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଆଇଏନ୍‍ଟିୟୁସିର କାର୍ଯ୍ୟାଳୟରେ ବସି ୮ ତାରିଖ ବନ୍ଦକୁ ସଫଳ କରିବା ପାଇଁ ରଣକୌଶଳ ପ୍ରସ୍ତୁତ କରିଛନ୍ତି। ସମସ୍ତ କର୍ପୋରେଟ ଅଫିସ, ରେଳସଦନ, ନାଲୋକ୍‍ଭବନ, ରିଜର୍ଭ ବ୍ୟାଙ୍କ ଓ ଷ୍ଟେଟ୍‍ ବ୍ୟାଙ୍କର ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଶ୍ରମିକ ସଂଗଠନର ନେତାମନେ କହିଛନ୍ତି। ଏହି ବନ୍ଦ ଶାନ୍ତିପୂର୍ଣ୍ଣ ରିହବ ଓ ଆମ୍ବୁଲାନ୍ସ ଭଳି ଜରୁରୀ ସେବା ଯେଭଳି ବ୍ୟାହତ ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ଟ୍ରେଡ୍‍ୟୁନିୟନ ପକ୍ଷରୁ କୁହାଯାଇଛି। ଏହି ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ବେସରକରୀ ଶିକ୍ଷାଅନୁଷ୍ଠାନ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦରହିବ ବୋଲି ଜଣାଯାଇଛି। ଆଇନ ଶୃଙ୍ଖଳା ରକ୍ଷାଦିଗରେ ସରକାର ମଧ୍ୟ ସଜାଗ ରହିଛନ୍ତି। ରାଜଧାନୀରେ ରାଜମହଲ ଛକରୁ ପିଏମଜି ଛକ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ସହିତ ଆନ୍ଦୋଳନକାରୀ ସଂଗଠନଗୁଡ଼ିକ ବିକ୍ଷୋଭ ପ୍ରଦର୍ଶନ କରିବେ।

prayash

ପ୍ରଭାବିତ ହେବ ରେଳ ଓ ବିମାନ ଚଳାଚଳ : ବୁଧବାର ୨୪ ଘଣ୍ଟିଆ ଭାରତ ବନ୍ଦ ପରିପ୍ରେକ୍ଷୀରେ ବିମାନ ଓ ଟ୍ରେନ୍ ଚଳାଚଳ ପ୍ରସମ୍ଭାବନା ରହିଛି। ବିକ୍ଷୋଭକାରୀ ରାସ୍ତା ଓ ରେଳ ଲାଇନ୍ ଅବରୋଧ କରିବେ। ଏହାକୁ ଦୃଷ୍ଟିରେ ରଖି ହାତରେ ଯଥେଷ୍ଟ ସମୟ ରଖି ଆଗୁଆ ବିମାନବନ୍ଦରରେ ପହଞ୍ଚିବା ପାଇଁ ବିମାନ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ସହରର ପ୍ରମୁଖ ରାସ୍ତା ଅବରୋଧ ହେବାର ଥିବାରୁ ବିମାନ ଯାତ୍ରୀ ରାସ୍ତାରେ ଫସିବାର ସମ୍ଭାବନା ଅଛି। ସେହିପରି ଗାଡ଼ି ଚଳାଚଳ ବନ୍ଦ ହେଲେ ବିମାନବନ୍ଦରକୁ ଯିବା ଆସିବା ସହଜ ହେବ ନାହିଁ। ଫଳରେ ଯାତ୍ରୀ ବିମାନବନ୍ଦରରେ ଠିକ୍ ସମୟରେ ପହଞ୍ଚି ପାରିବେ ନାହିଁ। ତେଣୁ ଅନ୍ତତଃ ତିନି ଘଣ୍ଟା ପୂର୍ବରୁ ଟର୍ମିନାଲରେ ପହଞ୍ଚିବା ଆବଶ୍ୟକ। ଅପରପକ୍ଷେ ବନ୍ଦ ଡ଼କରା ଦେଇଥିବା ସଂଗଠନ ଓ ରାଜନୈତିକ ଦଳ ସକାଳୁ ସକାଳୁ ଭୁବନେଶ୍ବର ସମେତ ବିଭିନ୍ନ ରେଳ ଷ୍ଟେସନ୍‌ରେ ପହଞ୍ଚି ପିକେଟିଂ କରିବେ ବୋଲି କହିଛନ୍ତି। ତେଣୁ ଦୂରଗାମୀ ଓ ପାସେଞ୍ଜର ଟ୍ରେନ୍ ଆଗକୁ ଗଡ଼ିବ ନାହିଁ। ବନ୍ଦ ପ୍ରଭାବରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି।

ଚାଲିବନି ଘରୋଇ ବସ୍‌ ; ଅଟୋ ସଂଘର ସମର୍ଥନ : କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ବୁଧବାର ଦିଆଯାଇଥିବା ଭାରତ ବନ୍ଦ ଡାକରା ଯୋଗୁ ରାଜ୍ୟରେ ବସ୍ ଚଳାଚଳ ବନ୍ଦ ରହିବା ଆଶଙ୍କା କରାଯାଉଛି ା​‌ ତେବେ ରାଜ୍ୟ​‌େ​‌ର ଓଡ଼ିଶାରେ ଘରୋଇ ବସ୍ ଚଳାଚଳ ବନ୍ଦ ରଖିବାକୁ ମାଲିକମାନେ ନିଷ୍ପତ୍ତି ନେଇଛନ୍ତି। ଏଫଳରେ ଆସନ୍ତାକାଲି କୌଣସି ଘରୋଇ ବସ୍ ରାସ୍ତାରେ ଗଡ଼ିବ ନାହିଁ। ବନ୍ଦ ଡାକରାକୁ ଅଟୋ ମହାସଂଘ ତା’ର ସମର୍ଥନ ଜଣାଇଛି। ନିଖିଳ ଓଡିଶା ଅଟୋ ମହାସଂଘ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ବୈଠକରେ ସଂଘର କାର୍ଯ୍ୟକାରୀ ସଭାପତି ନବକିଶୋର ମହାନ୍ତି ଏବଂ ସାଧାରଣ ସମ୍ପାଦକ ପଦ୍ମନ କୁମାର ସାମଲ ସୂଚନା ଦେଇଛନ୍ତି।
ଆଜି ଭାରତ…

kalyan agarbati

Comments are closed.