ଲାରିପାଲିରେ ବଏଲ୍ ଯାତ୍ରା 

ରେଙ୍ଗାଲି :  ରେଙ୍ଗାଲି ବ୍ଲକର ଲାରିପାଲି  ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ପୀଠରେ ୬ତାରିଖ ରାତିରେ ବଏଲ୍ ଯାତ୍ରା ମହାସମାରୋହରେ ପାରମ୍ପାରିକ ରୀତିରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ଆରାଧ୍ୟ ଦେବୀ ସମଲେଶ୍ବରୀଙ୍କୁ ଶାକ୍ତ ପରମ୍ପରା ଅନୁସାରେ ପୂଜା ଅର୍ଚ୍ଚନା କରାଯାଇ ଦେବୀ ବାହନ ବରୁଆର ଶରୀରରେ ଦୈବୀ ଶକ୍ତି ସଂଚାର ପାଇଁ ପୂଜକ ତନ୍ତ୍ର ମନ୍ତ୍ର ପ୍ରୟୋଗ କରିଥିଲେ । ବରୁଆ ଶରୀରରେ ଦୈବୀ ଶକ୍ତି ସଂଚାରିତ ହେଲା ପରେ ଢୋଲ, ନିଶାନ୍, ତାସା, ମହୂରୀ, ଘଣ୍ଟ, ଘଣ୍ଟା ଆଦି ବାଦ୍ୟର ଷୋହଳ ଭରନି ବାଦ୍ୟର ତାଳରେ ନୃତ୍ୟ କରି ବରୁଆ ଶ୍ରଦ୍ଧାଳୁ ଭକ୍ତଙ୍କୁ ଦର୍ଶନ ଦେଇ ଆଶୀର୍ବାଦ ପ୍ରଦାନ ପାଇଁ ଗ୍ରାମ୍ୟ ପରିକ୍ରମା କରିଥିଲେ।  ଦୈବୀ ଶକ୍ତି  ସମ୍ପନ୍ନ ବରୁଆକୁ ଦେବୀଙ୍କ ସାକ୍ଷାତ ଅବତାର ରୂପେ ବିବେଚିତ ହେଉଥିବାରୁ  ଗ୍ରାମ୍ୟ ପରିକ୍ରମା  ଅବସରରେ ବରୁଆକୁ ସ୍ବାଗତ କରାଯାଇ ପୂଜା ଅର୍ଚ୍ଚନା କରାଯାଇ ଥିଲା। ବିଭିନ୍ନ ସ୍ଥାନରେ ଦେବୀଙ୍କ ଉଦ୍ଦେଶ୍ୟରେ ଫଳ, ମୂଳ ମଧ୍ୟ ଭୋଗ ଦିଆଯାଇଥିଲା ।  ଗ୍ରାମ୍ୟ ପରିକ୍ରମା ଶେଷ କରି  ବରୁଆ ମନ୍ଦିର ପ୍ରତ୍ୟାବର୍ତ୍ତନ ସମୟରେ ପୂଜକ  ମନ୍ତ୍ର ଦ୍ବାରା ବରୁଆ ଶରୀରରୁ ଦୈବୀ ଶକ୍ତି ପ୍ରତ୍ୟାହାର କରିବା ପରେ ବଏଲ୍ ଯାତ୍ରା ଉଦଯାପିତ  ହୋଥିଲା। ଯାତ୍ରା ଦେଖିବା ପାଇଁ ପ୍ରବଳ ଜନ ଗହଳି ଲାଗି ରହିଥିଲା। ଯାତ୍ରା ଉପଲକ୍ଷେ ବିଭିନ୍ନ ସ୍ବାଦର ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
kalyan agarbati

Comments are closed.