www.samajalive.in
Monday, December 15, 2025
24.1 C
Bhubaneswar

ବୋଲେରକୁ ହାଇୱା ଧକ୍କା , ଅଳ୍ପକେ ବର୍ତ୍ତିଲେ୭ ଜଣ ଯାତ୍ରୀ

ବାଉଁଶୁଣି:ବୌଦ୍ଧ ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ ନମ୍ବର ୫୭ ର କନେକପୁର ଛକ ନିକଟରେ ଆଜି ଏକ ଦୁର୍ଘଟଣା ଘଟିଛି। ଆଗରେ ଯାଉଥିବା ବୋଲେରକୁ ହାଇୱା ଧକ୍କା ଦେବା ଫଳରେ ଘଟି ଅଳ୍ପକେ ୭ ଜଣ ବୋଲେରୋ ଯାତ୍ରୀ ବର୍ତ୍ତି ଯାଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଛତିସଗଡ଼ ରାଜ୍ୟ ରାୟପୁର ଠାରୁ ତୀର୍ଥ ଯାତ୍ରୀ ନେଇ ପୁରୀ ଦର୍ଶନ ପାଇଁଁ ଯାଉଥିବା ବେଳେ କନେକପୁର ଛକ ନିକଟରେ ଗାଡିର ଡାହାଣ ପାର୍ଶ୍ବରେ ଓଭର ଟେକ୍ କରୁଥିବା ସମୟରେ ଗୋଟିଏ ହାଇୱା ଧକ୍କା ଦେଇଥିଲା। ଦୁର୍ଘଟଣାରେ ସମସ୍ତ ଯାତ୍ରୀ ବର୍ତ୍ତି ଯାଇଥିବା ବେଳେ ବାଉଁଶୁଣୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗାଦିକୁ ଜବତ୍ କରି ତଦନ୍ତ ଜାରି ରଖିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories