ବାସୁଦେବପୁର: ବାସୁଦେବପୁର ବ୍ଲକ ଅଧିନ ସରକାରୀ ୟୁଜି ହାଇସ୍କୁଲ ଗୋବିନ୍ଦପୁରରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୮୨ଜଣ ଛାତ୍ରୀମାନଙ୍କ ସହ ମୋଟ୍ ୩୮୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଥିବାବେଳେ ଖାଇବା ପୂର୍ବରୁ ହାତ ଧୋଇବା ପାଇଁ ପାଣି, ପିଇବା ପାଣିର ଘୋର ଅଭାବ ରହିଛି ବୋଲି ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ବେହେରା କହିଛନ୍ତି। ଏହି ହାଇସ୍କୁଲ ନିକଟ ଦୁଇଶହ ମିଟର ଦୂରରେ ଥିବା ନଳକୂପରୁ ଲୁଣିପାଣି ବାହାରୁଥିବା କାରଣରୁ ତାହା ପିଇବା ପାଇଁ ଅନୁପଯୁକ୍ତ। ରୂପାନ୍ତରିତ ବିଦ୍ୟାଳୟରେ ପାନୀୟଜଳ ବ୍ୟବସ୍ଥା ଓ ଶୌଚାଳୟ ନିର୍ମାଣ ପାଇଁ ବ୍ୟୟ ବରାଦ ହୋଇଥିଲା। ମାତ୍ର ଠିକାଦାର ଅଧାପନ୍ତରିଆ ଭାବରେ କାମ କରିଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏନେଇ ବିଡିଓ ସଞ୍ଜୀବ କୁମାର ସାହୁ କୁହନ୍ତି, ଖୁବଶୀଘ୍ର ନିର୍ମାଣାଧିନ ପ୍ରକଳ୍ପ ସଂପୂର୍ଣ୍ଣ କରାଯିବାକୁ ପଦକ୍ଷେପ ନିଆଯିବ ।
Popular Categories



