www.samajalive.in
Saturday, December 6, 2025
15.1 C
Bhubaneswar

ବରୁଣେଶ୍ୱର ପୀଠରେ ମ୍ୟୁଜିକ ସିଡି ମୁକ୍ତିଲାଭ

ଯାଜପୁର : ପବିତ୍ର ମହାଶିବରାତ୍ରୀ ଅବସରରେ ଯାଜପୁର ଜିଲା ବିଂଝାରପୁର ବରୁଣେଶ୍ୱର ପୀଠରେ ଏକ ମ୍ୟୁଜିକ ସିଡି ମୁକ୍ତିଲାଭ କରିଛି । ବାବା ବରୁଣେଶ୍ୱରଙ୍କ ମହିମା ଉପରେ ଆଧାରିତ ଏହି ମ୍ୟୁଜିକ ଭଜନ ସିଡି ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଉନ୍ମୋଚନ କରିଥିଲେ । ଦିନେଶ ମଲ୍ଲିକ ନିର୍ଦ୍ଦେଶିତ ଏହି ମ୍ୟୁଜିକ ସିଡି ର ଗୀତିକାର ହେଲେ ଯାଜପୁରର ଲୋକପ୍ରିୟ ଜିଲାପାଳ ରଂଜନ କୁମାର ଦାସ । ଏହି ଉନ୍ମୋଚନ ଉତ୍ସବରେ ଉପ ଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ବ୍ଲକ ଅଧକ୍ଷ ନନ୍ଦ କିଶୋର ସାମଲ, ସୂଚନା ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଂଝାରପୁର ଅଂଚଳର ବହୁ ବରିଷ୍ଠ ବ୍ୟକ୍ତି ତଥା ଶ୍ରଦ୍ଧାଳୁଙ୍କ ଉପସ୍ଥିତରେ କ୍ୟାସେଟିର ୮ଟି ଗୀତ ଶୁଣିବାକୁ ମିଳିଥିଲା । ପ୍ରଥମ ଥର ପାଇଁ ଜିଲାପାଳ ଓ ବିଧାୟିକାଙ୍କ ପ୍ରୟାସରେ ବାବା ବରୁଣେଶ୍ବର ମ୍ୟୁଜିକ ସିଡିଟି ବେଶ ଲୋକପ୍ରିୟ ହୋଇ ପାରିଥିଲା ବେଳେ ଖୁବ ଶିଘ୍ର ଏହାର ଭିଡିଓ ଆଲବମ କରାଯିବା ପାଇଁ ପ୍ରତିଶ୍ରୁତି ମିଳିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories