୨୦୨୦ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେନି ହିଲାରୀ କ୍ଲିଣ୍ଟନ

0

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ବିଦେଶ ସଚୀବ ହିଲାରୀ କ୍ଲିଣ୍ଟନ ଆସନ୍ତା ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ନିୟୁଅର୍କ ସ୍ଥିତ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ ହିଲାରୀ କହିଛନ୍ତି, ସେ ରାଷ୍ଟ୍ରପତି ପଦ ପାଇଁ ଆଶାୟୀ ନୁହନ୍ତି କିନ୍ତୁ ସେ ପୂର୍ବ ଭଳି ନିଜ କାମ କରିବେ ଏବଂ ନିଜ ମତ ରଖିବେ। ସେ ୨୦୧୬ ରାଷ୍ଟ୍ରପତି ଦୋୖଡରେ ଆଗ ଧାଡିରେ ଥିଲେ ମଧ୍ୟ ଡୋନାଲଡ ଟ୍ରମ୍ପଙ୍କ ଠାରୁ ପରାସ୍ତ ହୋଇଥିଲେ। ସେ ଡେମୋକ୍ରାଟିକ ଦଳର ରାଷ୍ଟ୍ରପତି ପ୍ରାର୍ଥୀମାନଙ୍କ ସହ ଆଲୋଚନା କରୁଥିବା କହିଛନ୍ତି।

Leave A Reply