www.samajalive.in
Sunday, December 7, 2025
13.1 C
Bhubaneswar

ବର୍ଷା-ଅନୁଭବ ବିବାଦର ପଡ଼ିବ ପୂର୍ଣ୍ଣଚ୍ଛେଦ-ବିବାହ ବିଚ୍ଛେଦ ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ଅନୁମତି

କଟକ : ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ନୂଆ ମୋଡ ନେଇଛି। ଗୁରୁବାର ଉଚ୍ଚ ନ୍ୟାୟାଳୟ ପରିବାର ଅଦାଲତର ରାୟକୁ ଖାରଜ କରିବା ସହ ଅନୁଭବଙ୍କୁ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି। ଅନୁଭବଙ୍କ ପକ୍ଷରୁ ରୁଜୁ ଛାଡ଼ପତ୍ର ଅାବେଦନକୁ ଉଚ୍ଚ ନ୍ୟାୟାଳୟ ଗ୍ରହଣ କରିଛନ୍ତି। ପରିବାର ଅଦାଲତଙ୍କ ଅାେଦଶକୁ ଉଚ୍ଚନ୍ୟାୟାଳୟ ଖାରଜ କରି େଦଇଛନ୍ତି। ଅନୁଭବଙ୍କୁ ବର୍ଷାଙ୍କ ଠାରୁ ଛାଡ଼ପତ୍ର ଦେବା ପଥ ପରିଷ୍କାର ହୋଇଯାଇଛି। ବିଚାରପତି ଅରିନ୍ଦମ ସିହ୍ନା ଏବଂ ବିଚାରପତି ଶିବ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଅାଜି ଏହି ନିର୍ଦେଶ େଦଇଛନ୍ତି।
୨୦୧୪ ଫେବୃଆରୀ ୮ରେ ଅନୁଭବ ଓ ବର୍ଷାଙ୍କ ବିବାହ ହୋଇଥିଲା। ସେମାନଙ୍କ ମଧ୍ୟରେ ପାରିବାରିକ ବିବାଦ ଦଖାେଦବା ପରେ ବର୍ଷା କଟକ ଏସ୍‌‌ଡିଜେଏମ୍‌‌ଙ୍କ ଅଦାଲତରେ ପାରିବାରିକ ହିଂସାକୁ ନେଇ ଏକ ମାମଲା ରୁଜୁ କରିଥିଲେ। ଅନୁଭବ କଟକ ପରିବାର ଅଦାଲତରେ ବର୍ଷାଙ୍କଠାରୁ ବିବାହ ବିଚ୍ଛେଦ ପାଇଁ ଏକ ମାମଲା ରୁଜୁ କରିଥିଲେ। ଏହି ମାମଲାର ଦୀର୍ଘଦିନ ଶୁଣାଣି ଚାଲିଥିଲା। ସେମାନଙ୍କ ମଧ୍ୟରେ ପାରିବାରିକ ବିବାଦ ଦେଖା ଦେବାରୁ ଅନୁଭବ ଦିଲ୍ଲୀ ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ୨୦୨୦ରେ ଆବେଦନ କରିଥିଲେ। ଛାଡ଼ପତ୍ର ପାଇଁ ଅନୁଭବ ଦାୟର କରିଥିବା ଆବେଦନକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ବର୍ଷା ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ।
୨୦୨୧ ମାର୍ଚ୍ଚ ୫ରେ ସର୍ବୋଚ୍ଚ ନ୍ୟାୟାଳୟ ଅନୁଭବଙ୍କ ସହମତିକୁ ବିଚାରକୁ ନେଇ ବର୍ଷାଙ୍କ ମାମଲା ସ୍ଥାନାନ୍ତର ଆବେଦନକୁ ଅନୁମତି ଦେଇଥିଲେ। ଅନ୍ୟପକ୍ଷରେ ବର୍ଷା ମଧ୍ୟ କଟକ ପରିବାର ଅଦାଲତରେ ଦାମ୍ପତ୍ୟ ଜୀବନ ପୁନଃସ୍ଥାପନ ପାଇଁ ଏକ ପୃଥକ ଆବେଦନ ଦାୟର କରିଥିଲେ। ମଧ୍ୟସ୍ଥତା ପ୍ରକ୍ରିୟାରେ ବିବାଦର ସମାଧାନ ପାଇଁ ଅଦାଲତ ଉଦ୍ୟମ କରିଥିଲେ। ଆପୋଷ ସମାଧାନ ହୋଇନପାରିବାରୁ ଅଦାଲତରେ ଶୁଣାଣି ଆରମ୍ଭ ହୋଇଥିଲା। ଉଭୟ ମାମଲାର କଟକ ପରିବାର ଅଦାଲତରେ ଏକତ୍ର ଶୁଣାଣି ହୋଇଥିଲା। ଛାଡପତ୍ର ମାମଲାର ଅାବେଦନକୁ ପରିବାର ଅଦାଲତ ସେପ୍ଟେମ୍ବର ୨୨ରେ ଖାରଜ କରିଦେଇଥିଲେ। ଏହା ବିରୋଧରେ ଅନୁଭବ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ଉଚ୍ଚ ନ୍ୟାୟାଳୟ ଏହି ଆବେଦନକୁ ଗ୍ରହଣ କରି ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି। ଅନୁଭବଙ୍କ ପକ୍ଷରୁ ଅାଇନଜୀବୀ ଲଳିତେନ୍ଦୁ ମିଶ୍ର ମାମଲା ପରିଚାଳନା କରୁଥିଲାବେଳେ ଅାଇନଜୀବୀ ଶାଶ୍ୱତ ଅାଚାର୍ଯ୍ୟ, ଅାଇନଜୀବୀ ସ୍ୱ​‌େ​‌ଦଶ ରଥ, ଅାଇନଜୀବୀ ଚନ୍ଦନା ମିଶ୍ର ଏବଂ ଅାଇନଜୀବୀ ଜାଗୃତି ସାହୁ ସହଯୋଗ କରିଥିଲେ।
ବିବାହ ବିଚ୍ଛେଦ ପାଇଁ…

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories