ହାଜତରୁ ଅଭିଯୁକ୍ତ ଫେରାର

ବାରିପଦା : ବାରିପଦା ଟାଉନ ଥାନା  ହାଜତରୁ  ଜଣେ ଅଟକ  ଅଭିଯିକ୍ତ ଫେରାର ହୋଇଥିବା ଜଣାପଡ଼ିଛି । ଫେରାର ଅଭିଯୁକ୍ତ ହେଲେ ଯଶିପୁର ଥାନା ଜଗନ୍ନାଥପୁର ଅଞ୍ଚଳର ରବି ଟିଟୁ । ଟାଉନ୍ ଥାନା ଏରିଆରେ ସେ ଜଣେ ଗାଡ଼ି ଚାଳକ ଭାବେ କାମ କରୁଥିବା ବେଳେ ମଙ୍ଗଳବାର ରାତିରେ ଦେଉଳ ସାହୀ ଅଞ୍ଚଳରେ ମଦ୍ୟପାନ କରି ଜଣେ ଯୁବତୀଙ୍କୁ ଖରାପ ବ୍ୟବହାର କରିବାରୁ ସ୍ଥାନୀୟଲୋକେ ଅଟକାଇ ପୁଲିସରେ ଜିମା ଦେଇଥିଲେ । ତେବେ ରାତି ୨ଟାରୁ ୪ଟ ସମୟ ମଧ୍ୟରେ ଅଟକ ଅଭିଯୁକ୍ତ ଥାନାରୁ ଖସି  ପଳାଇଥିଲା ।  ଥାନାରେ କନେଷ୍ଟବଳ ଓ ଜଣେ ଅଫିସର ଡ୍ୟୁଟିରେ ଥିବା  ବେଳେ କିଭଳି ଅଭିଯୁକ୍ତ ହ୍ୟାଣ୍ଡକପ ଭାଙ୍ଗି ପଳାଇବାକୁ ସକ୍ଷମ ହେଲା ସେ ନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ତାକୁ ଖେଜିବା ପାଇଁ ସ୍ବତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢାଉ ଜାରୀ ରଖିଥିବା ଟାଉନ ଥାନା ପୁଲିସ ସୂଚନା ଦେଇଛି।

 

Comments are closed.