www.samajalive.in
Sunday, December 7, 2025
18.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଯୁକ୍ତ ତିନି ଶେଷ ବର୍ଷ ରେଗୁଲାର ଏବଂ ବ୍ୟାକ୍‌ ପରୀକ୍ଷା ଫଳ ପ୍ରକାଶିତ

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଶନିବାର ସନ୍ଧ୍ୟାରେ ଯୁକ୍ତ ତିନି ବିଜ୍ଞାନ,କଳା ଓ ବାଣିଜ୍ୟ ବିଭାଗ ର ଷଷ୍ଠ ସେମିଷ୍ଟାର ତଥା ଶେଷ ବର୍ଷର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ପ୍ରକାଶିତ ପରୀକ୍ଷା ଫଳ ପ୍ରକାରେ ୨୦୧୭- ୨୦ ବର୍ଷର କଳା ରେ ୧୪୩୯୩ ପରୀକ୍ଷାର୍ଥୀ ନାମ ଲେଖାଇଥିବା ବେଳେ ସେଥିରୁ ୧୪୦୭୪ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୧୩୨୦୭ ବିଦ୍ୟାର୍ଥୀ ଉତ୍ତିର୍ଣ୍ନ ହୋଇଛନ୍ତି ,ଯାହା ୯୩.୮୪% ପାସ ହାର ଅଟେ , ବିଜ୍ଞାନ ରେ ୫୫୯୪ ରେଜିଷ୍ଟ୍ରେସନ୍ କରିଥିବା ବେଳେ ୫୫୪୧ ପରୀକ୍ଷା ଦେଇଥିଲେ, ଏମାନଙ୍କ ମଧ୍ୟରୁ ୪୭୦୨ ବିଦ୍ୟାର୍ଥୀ ଉତ୍ତିର୍ଣ୍ନ କରିଛନ୍ତି ଯାହା ୮୬.୬୬% ଅଟେ। ସେହିପରି ବାଣିଜ୍ୟ ରେ ୧୧୦୭ ରେଜିଷ୍ଟ୍ରେସନ୍ କରିଥିବା ବେଳେ ୧୦୮୯ ପରୀକ୍ଷା ଦେଇଥିଲେ, ଏମାନଙ୍କ ମଧ୍ୟରୁ ୯୮୨ ପାସ୍ କରିଛନ୍ତି ଯାହା ୯୦.୧୭% ଅଟେ। ଯୁକ୍ତ ତିନି ର ସମସ୍ତ ପରୀକ୍ଷା ରେ ୯୧.୭୩ ଶତକଡା ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହା ସହ ୧୯ ଜଣଙ୍କ ପରୀକ୍ଷା ଫଳ ସ୍ଥଗିତ ଥିବା ବେଳେ ୩୧ ଜଣ  ମାଲ୍ ପ୍ରାଟିକ୍ସ ଯୋଗୁଁ ଫେଲ ହୋଇଥିବା ଜଣାପଡିଛି। ଯୁକ୍ତ ତିନି ଷଷ୍ଠ ସେମିଷ୍ଟାର ପରୀକ୍ଷା ଚଳିତ ବର୍ଷ ମାର୍ଚ୍ଚ ମାସରେ ଶେଷ ହୋଇଥିଲା। ମହାମାରୀ କରୋନା ଯୋଗୁଁ ଖାତା ଦେଖାରେ ବିଳମ୍ବ ହୋଇଥିଲେ ମଧ୍ୟ ଶିକ୍ଷକ ମାନେ ସରକାରଙ୍କ କୋଭିଡ ନିୟମ ପାଳନ କରି ଖାତା ଦେଖା କାର୍ଯ୍ୟ ସାରିବା ପରେ ଆଜି ପରୀକ୍ଷା ଫଳ ପ୍ରକାଶ କରାଯାଇଛି।

ଆଜି ଅପରାହ୍ନରେ କୁଳପତି କାର୍ୟ୍ୟାଳୟ ପରିସରରେ ପରୀକ୍ଷା ଫଳ ପୁସ୍ତିକା କୁ କୁଳପତି ପ୍ରଫେସର ଗୋବିନ୍ଦ ଜୋସେଫ ଚକ୍ରପାଣି, କୁଳସଚିବ ରଞ୍ଜନ କୁମାର ବିଶ୍ବାଳ, ପରୀକ୍ଷା ନିୟନ୍ତ୍ରକ ଡ. ସୁରେନ୍ଦ୍ର ସେଠୀ, ଆସିଷ୍ଟାଣ୍ଟ ପରୀକ୍ଷା ନିୟନ୍ତ୍ରକ ଡ. ରଘୁ ନାଥ ପାତ୍ର, ସେକ୍ସନ ଅଫିସର ହରେ କୃଷ୍ଣ ପାମୁଲୁ, ଦନେଶୁ ରେଡି ପ୍ରମୁଖ ଉପସ୍ଥିତ ରେ ଏହାକୁ ଉନ୍ମୋଚନ କରାଯାଇଥିଲା। ବିଦ୍ୟାର୍ଥୀ ମାନେ ବିଶ୍ବ ବିଦ୍ୟାଳୟ ୱେବ୍ ସାଇଟ୍  www.buodisha.in ଏବଂ  www. banu.nic.in  ମାଧ୍ୟମରେ ପରୀକ୍ଷା ଫଳ ଏବଂ ସାର୍ଟିଫିକେଟ ଡାଉନ୍ ଲୋଡ କରିପାରିବେ ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ସେଠୀ କହିଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories