www.samajalive.in
Sunday, December 7, 2025
18.1 C
Bhubaneswar

ତାଲୁକ ଆଇନ ସେବା ସମିତି ପକ୍ଷରୁ ରଥ ପରିକ୍ରମା

ବରପାଲି: ବରପାଲି ତାଲୁକ ଆଇନ ସେବା ସମିତି ଓ ଓକିଲ ସଂଘ ମିଳିତ ଉଦ୍ୟମରେ ଉପଖଣ୍ଡ ସ୍ତରିୟ ବିଭିନ୍ନ ଗ୍ରାମକୁ କରୋନା ସଚେତନତା ରଥ ପରିକ୍ରମା ମାଧ୍ୟମରେ ସଚେତନ ବାର୍ତ୍ତା ପ୍ରଦାନ ହୋଇଯାଇଛି। ଶୁକ୍ରବାର ପୁର୍ବାହ୍ନରେ ସ୍ଥାନିୟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବରଗଡ଼ ଜିଲ୍ଲା ବିଚାରପତି ସଞ୍ଜୟ କୁମାର ସାହୁ ସ୍ଥାପିତ କରୋନା ସଚେତନତା କେନ୍ଦ୍ରକୁ ଆନୁଷ୍ଟାନିକ ଭାବରେ ଉଦଘାଟନ କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନୀଳିମା ପଣ୍ଡାଙ୍କ ତତ୍ୱାଧାନରେ କାର୍ଯ୍ୟକ୍ରମଟି ସଂଚାଳିତ ହୋଇଥିଲା। ସମ୍ମାନିତ ଅତିଥି ଭାବରେ ବରପାଲି ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତ୍ରିଯିବ କୁମାର ନନ୍ଦ, ଜିିଲ୍ଲା ନ୍ୟାୟଳୟ ରେଜିଷ୍ଟାର ବିଶ୍ୱବିଶୃତ କର, ଓକିଲସଂଘ ସଭାପତି ହିମାଶୁଂ ଶେଖର ସାହୁ, ଉପସଭାପତି ସୁଧୀର ମେହେର, ଗୋଷ୍ଟୀସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଡ଼ା.ରାଜେଶ ବେହେରା, ଗୋକୁଳାନନ୍ଦ ସ୍ୱାଇଁ, ବାବୁଲୁ ସାହୁ, ଶରତ ସାହୁ, ଶରତ ପାଣିଗ୍ରାହୀ, ସୁରେଶ ଖଟୁଆ, ଧନପତି ପଧାନ ପ୍ରମୁଖଙ୍କ ସହ କୋର୍ଟ କର୍ମଚାରୀ, ପୁଲିସ ବାହିନୀ, ସାମାଜିକ ସଂସ୍ଥାର କର୍ମକର୍ତ୍ତାଙ୍କ ସମେତ ବହୁ ବରିଷ୍ଠ ସମାଜସେବି ମାନେ ଉପସ୍ଥିତ ରହିଥିଲେ।

 

- Advertisement -

କରୋନା ସଚେତନ ରଥ ପରିକ୍ରମା ମାଧ୍ୟମରେ ସାଧାରଣଙ୍କୁ କରୋନା ନିରାକରଣ ପାଇଁ ପାଳନିୟ ସରକାରଙ୍କ ଗାଇଡ଼ଲାଇନ ସହ ସଂକ୍ରମିତ ପରିବାର କିମ୍ବା ନ୍ୟକ୍ତି ବିଶେଷଙ୍କ ପାଳନିୟ କାର୍ଯ୍ୟକ୍ରମ ଉପରେ ସଚେତନ କରାଯାଇଥିଲା। ସେହିପରି ମାକ୍ସ ବ୍ୟବହାର,ସାମଜିକ ଦୁରତ୍ୱ ସହ ଉଚିତ ଚିକିତ୍ସା ସେବା ସହାୟତା ସମ୍ବନ୍ଧରେ ବୁଝାଇଥିଲେ। ସ୍ଥାପନ ହୋଇଥିବା ସଚେତନ କେନ୍ଦ୍ରରେ କରୋନା ସମ୍ବନ୍ଧିତ ସଠିକ ବାର୍ତ୍ତା ଓ ଉଚିତ ସହାୟତା ମୂଳକ ପରାମର୍ଶ ଯୋଗାଇ ଦିଆଯିବ ବୋଲି ବାର୍ତ୍ତା ପ୍ରଦାନ କରାଯାଇଥିଲା। ବରଗଡ଼ ଜିଲ୍ଲା ବି·ରାଳୟ ପରିସରରୁ ରଥଟି ବାହାରିବା ସହିତ କୁଶନପୁରୀ, ବହିଆପଦର, ଲେଣ୍ଡା, ଅମ୍ବାପତ୍ରା, କଦଲିପାଲି ହୋଇ ସ୍ଥାନୀୟ ଡ଼ାକ୍ତରଖାନାରେ ପହଞ୍ଚିଥିଲା। ଏହି ଅବସରରେ ରୋଗି କରୋନା ସଂକ୍ରମିତ ମାନଙ୍କୁ ଶୁଖିଲା ଖାଦ୍ୟ ସହିତ କିଟ୍ ବିତରଣ କରାଯାଇଥିଲା। ଏହାପରେ ସତଲମା ଡ଼ାକ୍ତରଖାନାରେ ରଥ ପହଞ୍ଚିବା ସହିତ ସାଧାରଣଙ୍କୁ ସଚେତନ କଲାପରେ ଶୁଖିଲା ଖାଦ୍ୟ ଓ ମାକ୍ସ କିଟ୍ସ ବିତରଣ କାର୍ଯ୍ୟ ଅତିଥି ମାନଙ୍କ ଦ୍ୱାରା ସମ୍ପର୍ଣ୍ଣ ହୋଇଥିଲା।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories