www.samajalive.in
Tuesday, December 9, 2025
15.1 C
Bhubaneswar

ଛାତ୍ର କଂଗ୍ରେସ ନେତାଙ୍କ ଗିରଫଦାରୀକୁ ବିରୋଧ ; ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ଦେଲା ଜିଲା ଛାତ୍ର କଂଗ୍ରେସ

ବରଗଡ଼ : ଗତକାଲି ବାଲେଶ୍ଵର ଠାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିରୁଦ୍ଦିଷ୍ଟ ଥିବା ଦର୍ଶାଇ ତାଙ୍କ ପୋଷ୍ଟର କାନ୍ଥ ବାଡରେ ମାରିବା ଘଟଣାରେ ପୁଲିସ ବାଲେଶ୍ୱର ଜିଲା ଛାତ୍ର କଂଗ୍ରେସ ସଭାପତି ଜ୍ଞାନେନ୍ଦ୍ର ମହାନ୍ତି ଓ ରାଜ୍ୟ ଛାତ୍ର କଂଗ୍ରେସ ସଂଯୋଜକ ଗୌତମ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ସେ ନେଇ ସାରା ରାଜ୍ୟରେ ଛାତ୍ର କଂଗ୍ରେସ ପକ୍ଷରୁ ମହାମହିମ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଜିଲାପାଳଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।ସେହି କ୍ରମରେ ବରଗଡ଼ ଜିଲା ଛାତ୍ର କଂଗ୍ରେସ ପକ୍ଷରୁ ମଧ୍ୟ ତଦନୁରୁପ ଭାବରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

ଏଥିରେ ଉଲ୍ଲେଖ ଅଛି ଯେ, ବର୍ତ୍ତମାନ ରାଜ୍ୟ ସାରା କରୋନା ମହାମାରୀ ଉପରେ ଛାତ୍ର କଂଗ୍ରେସ ସଚେତନତା ସୃଷ୍ଟି କରିବା ସହ ଅସହାୟ ଲୋକଙ୍କୁ ଖାଦ୍ୟପେୟ ବାଣ୍ଟିବାରେ ନିୟୋଜିତ କରିଛି। ଏଭଳି ସମୟରେ ଦୁଇଜଣ ଛାତ୍ର ନେତାଙ୍କୁ ଅଯଥାରେ ଗିରଫ କରିବା ଠିକ୍ ହୋଇନାହିଁ। ଏହା ରାଜନୈତିକ ଉଦ୍ଧେଶ୍ୟ ପ୍ରଣୋଦିତ ଏବଂ କପୋଳ କଳ୍ପିତ ଅଟେ। ବାଲେଶ୍ଵରରେ ଏ ଦୁଇଜଣ ଛାତ୍ର ନେତା କାନ୍ଥରେ ଲାଗିଥିବା ପୋଷ୍ଟରର ଫୋଟୋ ଉଠାଇଥିଲେ କେବଳ। କିଏ ପୋଷ୍ଟର ଲଗାଇ ଥିଲା ତାର ଅନୁସନ୍ଧାନ ନ କରି ଉଭୟଙ୍କୁ ଗିରଫ କରିବା ନ୍ୟାୟ ସଙ୍ଗତ ନୁହଁ। ତେଣୁ ମହାମହିମ ରାଜ୍ୟପାଳ ଏଥିରେ ହସ୍ତକ୍ଷେପ କରି ଏହି ଛାତ୍ର କଂଗ୍ରେସ ନେତା ମାନଙ୍କ ଉପରେ କରାଯାଇଥିବା ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଧେଶ ଦେବାକୁ ଜିଲା ଛାତ୍ର କଂଗ୍ରେସ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ପ୍ରତିନିଧି ମଣ୍ଡଳ ଜିଲାପାଳଙ୍କ ଅନୁପସ୍ଥିତିରେ ତାଙ୍କ ପ୍ରତିନିଧିଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ପ୍ରତିନିଧି ମଣ୍ଡଳ ରେ ଗୌରବ ପତି,ଅଭିଷେକ ନାୟକ,ସୁବ୍ରତ କୁମାରନାୟକ,ଗୌରବ ନାୟକ, ପିକୁନ ନାୟକ,ନିହାର ବେହେରା ନିଗମ ଲେଙ୍କା, ଭୋଳା ସାହୁ, ପ୍ରଭାତ ପୃଷ୍ଟି, ରୁଦ୍ର,ଦିବ୍ୟ ମିଶ୍ର, ମୁକେଶ ରାୟ,ରୋନିକ ରାଉତ ପ୍ରମୁଖ ସାମିଲ ଥିଲେ।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories