www.samajalive.in
Sunday, December 7, 2025
23.1 C
Bhubaneswar

ସଂକ୍ରମଣ ବୃଦ୍ଧି ସାଧାରଣରେ ଆତଙ୍କ, ବ୍ୟବସାୟ ପ୍ରଭାବିତ

ବରପାଲି : ବରପାଲିରେ ଗତ କିଛିଦିନ ହେଲା କୋଭିଡ଼ ୧୯ର ପ୍ରକୋପ ବୃଦ୍ଧି ପାଇବା ସହିତ ସାଧାରଣ ଲୋକଙ୍କ ସହ ପୁଲିସ କର୍ମଚାରୀ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ମଧ୍ୟ ସଂକ୍ରମିତ କରିଥିବା ଜଣାପଡ଼ିଛି। ବୁଧବାର ଜିଲା ସୂଚନା ବିଭାଗ ଦ୍ୱାରା ପ୍ରସାରିତ ବିବରଣୀ ଅନୁସାରେ ୪ଜଣ ପୁଲିସ କର୍ମଚାରୀଙ୍କ ସହ ଏନଏସି ଅର୍ନ୍ତଗତ ୬ନମ୍ବର ୱାଡ଼ର ଜଣେ ଯୁବକ ରହିଥିବା ବେଳେ ଆଜି ନୂତନ ଭାବରେ ସହର ୬ ନମ୍ବର, ୧ ନମ୍ବର,୭ ନମ୍ବର ଓ ୫ ନମ୍ବର ୱାଡ଼ ମାନଙ୍କ ସହ ଏକ ନମ୍ବର ୱାଡ଼ରୁ ସଂକ୍ରମିତ ମାନେ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସ୍ଥାନିୟ ପ୍ରସାସନ ସହର ସଂକ୍ରମିତ ସ୍ଥାନ ସେନିଟାଇନ କରିବା ସହିତ ସଂକ୍ରମିତ ମାନଙ୍କ ଘର ଓ ମାତ୍ରାଧିକ ଅଚଂଳକୁ ତାରବାନ୍ଧି ଲକଡ଼ାଉନ ମାଧ୍ୟମରେ ଲୋକ ସମ୍ପର୍କ ସ୍ଥାପନ ଉପରେ ବାରଣ କରାଯାଇଛି।

ପ୍ରସାସନ ପକ୍ଷରୁ ପରିବାର ଲୋକଙ୍କୁ ବାହାରକୁ ବାହାରିବା ଉପରେ ପାବନ୍ଦି ଲଗାଇ ଥିବା ବେଳେ ଜନସାଧାରଣଙ୍କ ସହାୟତା ଲୋଡ଼ିଛି। ଗୁରୁତର ସଂକ୍ରମିତ ମାନଙ୍କୁ ଜିଲ୍ଲା କୋଭିଟ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାନାନ୍ତରିତ କରିଥିବା ବେଳେ ସାଧାରଣ ପିଡ଼ିତା ମାନଙ୍କୁ ସ୍ଥାନିୟ କୋଭିଟ ଶିବିରରେ ରଖାଯାଇଥିବା ଜଣାପଡ଼ିଥିଲା। ବର୍ତ୍ତମାନର ସ୍ଥିତି କୋଭିଡ଼ ମହାମାରୀର ପ୍ରକୋପ ଧିରେଧିରେ ବୃଦ୍ଧି ପାଉଥିବାରୁ ଅଚଂଳବାସି ଆତଙ୍କିତ ଅବସ୍ଥାରେ ରହୁଥିବା ବେଳେ ଗ୍ରାମାଞ୍ଚଳରୁ ଲୋକଙ୍କ ଯାତାୟତ ଏବଂ ସ୍ଥାନିୟ ବ୍ୟବସାୟିକ କାର୍ଯ୍ୟକ୍ରମ ପ୍ରଭାବିତ ହେଉଥିବା ଦେଖାଯାଉଛି। ସ୍ଥାନିୟ ପ୍ରସାସନ ପକ୍ଷରୁ ସକାଳବେଳା ଦିବା ୨ଘଣ୍ଟା ପର୍ଯ୍ୟନ୍ତ ଦୋକାନବଜାର ଖୋଲା ରଖିବାକୁ ନିର୍ଦ୍ଧାରିତ କରିଥିବା ବେଳେ ବ୍ୟବସାୟ ସମ୍ପୁର୍ଣ୍ଣ ଘାଟାରେ ଆଗେଇ ଚାଲିଛି। ହୋଟେଲ ବ୍ୟବସାୟ ସମ୍ପୁର୍ଣ୍ଣ ମାନ୍ଦା ଅବସ୍ଥାରେ ରହିଥିବା ବେଲେ ଭାତ ହୋଟେଲ ଗ୍ରାହକ ଅଭାବରୁ ସ୍ୱତଃପ୍ରବୃତ୍ତ ଭାବରେ ବନ୍ଦ ରଖାଯାଇଛି। ଉପୁଜୁଥିବା ପରିସ୍ଥିତିରେ ସମସ୍ତ ଜାତିର ବ୍ୟବସାୟିକ ପ୍ରତିଷ୍ଠାନ କ୍ଷତିଗ୍ରସ୍ଥ ମାଡ଼ ଖାଉଥିବା ସମୟରେ ସ୍ଥାନିୟ ଠେଲା ଓ ଛୋଟିଆ ଦୋକାନୀ ମାନଙ୍କ ଅବସ୍ଥା ଦିନକୁଦିନ ଅତ୍ୟନ୍ତ ଦୟନିୟ ଅବସ୍ଥାରେ ପହଞ୍ଚିବାରେ ଲାଗିଛି ବୋଲି ବଣିକସଂଘ ସଭାପତି ନନ୍ଦଲାଲ ସାହୁ ଜଣାଇଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories