www.samajalive.in
Monday, December 15, 2025
27.1 C
Bhubaneswar

ବାରବାଟୀ ଟ୍ବେଣ୍ଟି୨୦ ଆଉ ୧୦ ଦିନ: ଷ୍ଟାଡ଼ିୟମ ଅନୁଧ୍ୟାନ କଲେ ଆଇଆଇଟି ପ୍ରତିନିଧି

କଟକ: ବାରବାଟୀ ଷ୍ଟାଡ଼ିୟମରେ ଆସନ୍ତା ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଖେଳାଯିବ। ଉକ୍ତ ଅନ୍ତର୍ଜାତୀୟ ମ୍ୟାଚ ପୂର୍ବରୁ ବାରବାଟୀ ଷ୍ଟାଡ଼ିୟମର ନବୀକରଣ କାର୍ଯ୍ୟ ଓ ପ୍ରସ୍ତୁତି ସ୍ଥିତିକୁ ଦ୍ବିତୀୟ ଥର ଅନୁଧ୍ୟାନ କରିଛନ୍ତି ଆଇଆଇଟି ଭୁବନେଶ୍ବରର ପ୍ରତିନିଧି ଦଳ। ୮ ଜଣିଆ ପ୍ରତିନିଧି ଦଳ ମ୍ୟାଚ ଲାଗି ଷ୍ଟାଡ଼ିୟମରେ ଚାଲିଥିବା ପ୍ରସ୍ତୁତି କାର୍ଯ୍ୟକୁ ତଦାରଖ କରିଥିଲେ। ପ୍ରତିନିଧି ଦଳ ଷ୍ଟାଡ଼ିୟମ ଗ୍ୟାଲେରୀଠାରୁ ଆରମ୍ଭ କରି କର୍ପୋରେଟ ବକ୍ସ, ଏସି ବକ୍ସ, ସ୍ପେଶାଲ ଏନକ୍ଲୋଜରର ପ୍ରସ୍ତୁତି ତଦାରଖ କରିଥିଲେ। ଆଇଆଇଟି ପ୍ରତିନିଧି ଦଳ ଅନୁଧ୍ୟାନ ରିପୋର୍ଟ ଆସନ୍ତା ଡିସେମ୍ବର ୬ରେ ଓଡ଼ିଶା ସରକ​‌ାର ଓ କମିଶନରେଟ ପୁଲିସକୁ ପ୍ରଦାନ କରିବେ। ଗତ ୨୧ରେ ମଧ୍ୟ ଆଇଆଇଟି ପ୍ରତିନିଧି ଦଳ ବାରବାଟୀ ଷ୍ଟାଡ଼ିୟମ ଅନୁଧ୍ୟାନ କରିଥିଲେ।

ସେହିପରି ମ୍ୟାଚକୁ ସୁପରିଚାଳନା ନେଇ ଓସିଏ ପକ୍ଷରୁ ଶୁକ୍ରବାର ବିଭିନ୍ନ ସବ୍‌ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ମ୍ୟାଚର ସଫଳ ଆୟୋଜନ ପାଇଁ ଆମେ ସମସ୍ତ ପ୍ରକାର ପ୍ରସ୍ତୁୁତି ଚାଲିଛି। ଦର୍ଶକମାନଙ୍କ ଲାଗି ଶୃଙ୍ଖଳିତ ଟିକଟ ବିକ୍ରି ସହ ଫ୍ଲଡ ଲାଇଟ ତ୍ରୁଟିଶୂନ୍ୟ ପରିଚାଳନା ଉପରେ ଗୁରୁତ୍ବ ଦିଆଯାଇଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚରେ ନୂଆ ନିୟମ ଅନୁଯାୟୀ ଗ୍ୟାଲେରୀରେ ପାଖାପାଖି । ୩୦୦୦ ସିଟ୍‌ ହ୍ରାସ ପାଇବ। ଦର୍ଶକ ମାନଙ୍କ ସୁରକ୍ଷା ଲାଗି ପୁଲିସ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ମ୍ୟାଚ ଲାଗି ଟିକଟ ଦର ୩୦ରେ ଧାର୍ଯ୍ୟ ହେବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି।

- Advertisement -

ବୈଠକରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି,ଉପ ସଭାପତି ଜଗମୋହନ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ପ୍ରଭାତ କୁମାର ଭୋଳ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନସିଲ ସଦସ୍ୟ ତଥା ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବ୍ରତ ବେହେରା, ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା, ଓଡ଼ିଶା ଅଲିମ୍ପିକ୍‌ସ ଆସୋସିଏସନ ସମ୍ପାଦକ ଅଭିଜିତ ପାଲ, ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ସଞ୍ଜୟ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ା

Hot this week

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories