ରବିବାର ସତ୍ବେ ଆସନ୍ତାକାଲି ଖୋଲା ରହିବ ବ୍ୟାଙ୍କ

0

ନୂଆଦିଲ୍ଲୀ : ରବିବାର ସତ୍ବେ ଆସନ୍ତାକାଲି  ସାରା ଦେଶରେ ବ୍ୟାଙ୍କ ଖୋଲା ରହିବ। ୨୦୧୮-୧୯ ଆର୍ଥିକ ବର୍ଷର ଆସନ୍ତାକାଲି ଶେଷ ଦିନ ।  ତେଣୁ ସରକାରୀ ନେଣଦେଣ କରୁଥିବା ବ୍ୟାଙ୍କ ଗୁଡିକ ଆସନ୍ତାକାଲି ସେମାନଙ୍କର ବ୍ୟାଙ୍କ୍‍ ଖୋଲା
ରଖିବାକୁ ରିଜର୍ଭ ବ୍ୟାଙ୍କ୍‍ ପକ୍ଷରୁ କୁହାଯାଇଛି। ସେହିପରି ଆସନ୍ତାକାଲି ସମସ୍ତ ପେ’ ଓ ଆକାଉଣ୍ଟ ଅଫିସ୍‍ ଖୋଲା ରଖିବାକୁ ଭାରତ ସରକାର ପରାମର୍ଶ ଦେଇଛନ୍ତି।
ସେହିଭଳି ସମସ୍ତ ଏଜେନ୍ସୀ ଓ ବ୍ୟାଙ୍କକୁ ଆସନ୍ତାକାଲି ସେମାନଙ୍କର ଶାଖାଗୁଡ଼ିକୁ ଖୋଲା ରଖିବାକୁ କୁହାଯାଇଛି। ଏକ ପୃଥକ ବିଜ୍ଞପ୍ତିରେ ରିଜର୍ଭ ବ୍ୟାଙ୍କ୍‍ କହିଛି ଆରଟିଜିଏସ ଓ ଏନଇଏଫଟି ସମେତ ସମସ୍ତ ଇଲେକ୍ଟ୍ରୋନିକ୍ସ ନେଣଦେଣ ଆଜି ଓ ଆସନ୍ତାକାଲି ଅଧିକ ସମୟ ପର୍ଯ୍ୟନ୍ତ ଚାଲୁ ରହିବ।

kalyan agarbati
Leave A Reply