ଚିନ୍ତାରେ କଖାରୁ ଚାଷୀ, ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ବ୍ୟବସ୍ଥା ନାହିଁ

ବାଙ୍କୀ: ପନିପରିବା ଚାଷରେ ବାଙ୍କୀ ଅଞ୍ଚଳର ଚାଷୀ ଓଡିଶାର ହାଟ ବଜାରରେ ବେଶ ପରିଚିତ। କଠିନ ପରିଶ୍ରମ କରି ଫସଲ ଉତ୍ପାଦନ କରିଥିଲେ ମଧ୍ୟ ଅମଳର ଉପଯୁକ୍ତ ମୂଲ୍ୟ ଏବଂ ଉତ୍ପାଦିତ ପରିବାର ବଜାର ଦର ଏଠିକାର ଚାଷୀ ପାଉନଥିବା ସମ୍ପର୍କରେ ଚାଷୀମାନେ ଅଭିଯୋଗ ଆଣିଛନ୍ତି। ବାଙ୍କୀ ଅଞ୍ଚଳରେ ଦୀର୍ଘ ବର୍ଷଧରି ଶୀତ କାଳୀନ ଏବଂ ଖରାଟିଆ କଖାରୁ ଚାଷରେ ସଫଳତା ପାଇଆସୁଥିବା ଶିମିଳିପୁର, କୁଶପଙ୍ଗି, ପାଥପୁର, ହରିରାଜପୁର ଆଦି ପଞ୍ଚାୟତର ଚାଷୀ ମାନେ ଉତ୍ପାଦନରେ ବହୁ ଆଗରେ। ବିଡମ୍ବନାର ବିଷୟ ଚଳିତ ବର୍ଷ ପ୍ରତି ୩ମାସ ଅନ୍ତରରେ ପ୍ରାକୃତିକ ବିପର୍ଯ୍ୟୟ, ବାତ୍ୟା ଏବଂ ଅଦିନିଆ ବର୍ଷା ପ୍ରଭାବରେ ଚାଷ କ୍ଷତି ସହି ଚାଷୀ ଶୀତଦିନିଆ କଖାରୁ ଚାଷ କରିଥିଲା। ଏବେ ଉତ୍ପାଦନ ତଥା ଅମଳ ସମୟ। ବଜାରରେ କଖାରୁ କିଲୋପ୍ରତି ୨୫ରୁ ୩୦ଟଙ୍କା ବିକ୍ରି ହେଉଛି। ମାତ୍ର ଅସାଧୁ ବ୍ୟବସାୟୀ ମାନେ ଚାଷୀ ଠାରୁ କମ୍ ଦରରେ କଖାରୁ କିଣି ଲାଭବାନ ହେଉଥିବା ସମୟରେ ଚାଷୀ ନିଜର କରଜ ଭାର ସୁଝିବା ସମ୍ଭବ ହେଉନାହିଁ। ବିଭାଗୀୟ କର୍ତ୍ତୃପକ୍ଷ ଏବଂ ସରକାରୀ ସ୍ତରରେ ବାଙ୍କୀର ବିପର୍ଯ୍ୟସ୍ତ ହୋଇଥିବା ନିସ୍ତିପୁର ସ୍ଥିତ ଶୀତଳ ଭଣ୍ଡାରର ପୁନଃରୁଦ୍ଧାର କିମ୍ବା ନୂତନ ଶୀତଳ ଭଣ୍ଡାର ନିର୍ମାଣ ବ୍ୟବସ୍ଥା ଗ୍ରହଣ କଲେ ଅଞ୍ଚଳର ଚାଷୀ ଚାଷରେ ଉନ୍ନତି କରିବେ ବୋଲି ପୁରୁଖା ଚାଷୀ ମାନେ କହିଛନ୍ତି।

kalyan agarbati

Comments are closed.