mission shakti banner

ଗୋଟିଏ ଦିନରେ ଦୁଇଟି ବ୍ୟାଙ୍କ ଲୁଟ ଉଦ୍ୟମ

BSKY banner  750×100
0

ବାଲେଶ୍ବର/ସମ୍ବଲପୁର: ଗୋଟିଏ ଦିନରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ବ୍ୟାଙ୍କ ଲୁଟ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। କଟକ ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଅଡଶପୁରର ଉତ୍ତାରଣ କାନାରା ବ୍ୟାଙ୍କରୁ ଲୁଟ ଉଦ୍ୟମ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଦୁବୁର୍ତ୍ତମାନେ ବ୍ୟାଙ୍କ ମୁଖ୍ୟ ଫାଟକର ଲକର ଭାଙ୍ଗି ଦେଇଥିଲେ। ସିସିଟିଭି କ୍ୟାମେରା ଓ କମ୍ପ୍ୟୁଟରକୁ ଭାଙ୍ଗି ବାହାରେ ଫୋପାଡ଼ି ଦେଇଥିଲେ। ଏହି ଲୁଟ ସମ୍ପର୍କରେ ବ୍ୟାଙ୍କ ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ କରାଯାଇଥିଲା। ବ୍ୟାଙ୍କରୁ କେତେ ଟଙ୍କା ଲୁଟ ହୋଇଛି ଏ ନେଇ ସ୍ପଷ୍ଟ ସୂଚନା ମିଳି ନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛି।
ସେହିପରି ସମ୍ବଲପୁର ଜିଲା କୁଚିଣ୍ଡା ନିକଟ ମହୁଲପାଲି ଥାନା ଗୋଛରାସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖାରୁ ମଧ୍ୟ ଲୁଟ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗ୍ୟାସ କଟର ସାହାଯ୍ୟରେ ବ୍ୟାଙ୍କର ତାଲା କାଟି ଥିଲେ ମଧ୍ୟ ଦୁବୁର୍ତ୍ତମାନେ ଭିତରକୁ ପ୍ରବେଶ କରି ପାରି ନଥିଲେ। ସ୍ଥାନୀୟ ଲୋକ ସକାଳେ ଏହି ଲୁଟ ସମ୍ପର୍କରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବ୍ୟାଙ୍କ କର୍ମଚାରୀ ଓ ପୁଲିସ ପହଞ୍ଚିବା ପରେ ଛାନଭିନ ଜାରି ରହିଛି।

Leave A Reply