ଭୋଟ ଗଣନାରେ ଭୁଲ ତଥ୍ୟ ଦିଆଯାଇଥିବା ଅଭିଯୋଗ, ପୁନଃ ଗଣନା ଦାବିରେ ଧାରଣା ଓ ରାସ୍ତାରୋକ

ବଙ୍ଗୋମୁଣ୍ଡା:ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ଭୋଟ ଗଣନାରେ ଭୁଲ ତଥ୍ୟ ଦିଆଯାଇଥିବା ଅଭିଯୋଗ କରି ସରପଞ୍ଚ ପ୍ରାର୍ଥୀଙ୍କ ପୁନଃ ଭୋଟ ଗଣନା କରାଯିବା ଦାବି ନେଇ ସରପଞ୍ଚ ପ୍ରାର୍ଥୀ ଯୁବରାଜ ମାଝୀଙ୍କ ସହିତ ତାଙ୍କ ସମର୍ଥକ ଭୋଟ ଗଣନା କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଥିଲେ। ସକାଳୁ ତାଙ୍କ ସମର୍ଥକ ତଥା ଠେମରା ପଞ୍ଚାୟତର ଶତାଧିକ ଲୋକ ଏକ ଶୋଭିଯାତ୍ରାରେ ଭୋଟ ଗଣନା କେନ୍ଦ୍ର ପଞ୍ଚାୟତ ସମିତି ଜୁନିୟର କଲେଜ ଠାରୁ ବ୍ଲକ କାର୍ୟ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଦୀର୍ଘ ୩ ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଧାରଣା ଦେଇଥିଲେ ଏବଂ ଆମ୍ବେଦକର ଛକ ନିକଟରେ ରାସ୍ତାରୋକୋ କରିଥିଲେ। ଠେମରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ଭୋଟ ଗଣତିରେ ଭୁଲ ତଥ୍ୟ ଦର୍ଶାଯାଇଥିବା ଅଭିଯୋଗ ହୋଇଛି। ପୁନଃ ଗଣତି ପାଇଁ ଲିଖିତ ଜଣାଇବା ପରେ ବିଡ଼ିଓ ମନା କରିଥିଲେ ବୋଲି ଯୁବରାଜ ମାଝୀଙ୍କ ଗଣନା ଏଜେଣ୍ଟ ସତ୍ତାର ଅଲ୍ଲୀ ଅଭିଯୋଗ କରିଛନ୍ତି। ପୁନଃ ଭୋଟ ଗଣତି କରାଯାଉ ବୋଲି ଦାବି କରିବା ସହ ଶତାଧିକ ଲୋକ ତଥା ଆଦିବାସୀମାନେ ଅସ୍ତ୍ରଶସ୍ତ୍ର ଧରି ରାସ୍ତାରୋକ କରିଥିଲେ।

prayash

କଣ୍ଟାବାଞ୍ଜି ଏସଡିପିଓ ଡ.ହୃଷିକେଶ ମେହେର, ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀ ଆନ୍ଦୋଳନକାରୀ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଲୋକେ ପୁନଃ ଗଣତି ଦାବିରେ ରାସ୍ତା ଉପରେ ବସି ରହିଛନ୍ତି। ଘଟଣାସ୍ଥଳରେ ଟିଟିଲାଗଡ ଉପ ଜିଲାପାଳ ମନୋଜ ସତ୍ୟବାନ ମହାଜନ ପହଞ୍ଚି ରାସ୍ତାରୋକକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି।

kalyan agarbati

Comments are closed.