www.samajalive.in
Friday, November 14, 2025
25.1 C
Bhubaneswar

ବାଇକ ଦୁର୍ଘଟଣାରେ ୩ ଗୁରୁତର

ବାଙ୍ଗିରିପୋଷି: ବାଇକ ଦୁର୍ଘଟଣାରେ ଜଣେ ପଥଚାରୀଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଘଟିଛି ଝାରପୋଖରିଆ ଥାନା ଅନ୍ତର୍ଗତ ଟାୱାର ଢ଼ାବା ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ। କେନ୍ଦୁମୁଣ୍ଡି ଅଞ୍ଚଳର ଗୋପୀ ମହାନ୍ତ(୬୫) ନାମକ ଜଣେ ବୃଦ୍ଧ ବ୍ୟକ୍ତି ରାସ୍ତା ପାର ହେଉଥିବା ବେଳେ ଏକ ରେସିଂ ବାଇକ ଯୋଗେ ଖୁବ ଜୋରରେ ଯାଉଥିବା କେନ୍ଦୁଝର ଅଞ୍ଚଳର ରାକେଶ ସାହୁ ଓ ସିନି ପୃଷ୍ଟିଙ୍କ ସହ ଧକ୍କା ହୋଇଥିଲା। ଫଳରେ ବାଇକ ଚାଳକଙ୍କ ସମେତ ପଥଚାରୀ ଜଣକ ରାସ୍ତାରେ ଛିଟିକି ପଡ଼ିଥିଲେ। ଖବର ପାଇ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ରାକେଶ ସାହୁ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଥିବା ବେଳେ ସଙ୍କଟାପନ୍ନ ଥିବା ଗୋପୀ ମହାନ୍ତ ଏବଂ ସିନି ପୃଷ୍ଟିଙ୍କୁ ଆମ୍ବୁଲାନ୍ସ ଯୋଗେ ବାରିପଦା ପିଆରଏମ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।

Hot this week

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

ବିହାର ଜନାଦେଶ: ଏନଡିଏକୁ ବଡ ସଫଳତା, ପଛରେ ମହାମେଣ୍ଟ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନରେ ମ୍ୟାଜିକ ନମ୍ବର ପାର...

ବିହାର ଜନାଦେଶ: ୧୭୫ ସିଟରେ ଆଗୁଆ ରହିଛି ଏନଡିଏ, ମହାମେଣ୍ଟ ୬୪

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

ଦିଲ୍ଲୀ ବିସ୍ଫୋରଣ: ମାଷ୍ଟରମାଇଣ୍ଡର ଘର ଉଡାଇଲେ ସୁରକ୍ଷା କର୍ମୀ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀର ଲାଲକିଲ୍ଲାଠାରେ କାର ବିସ୍ଫୋରଣ ଘଟାଇ ଥିବା...

ନୂଆପଡା ମତଗଣନା: ଆଗରେ ବିଜେପି, ୧୨୮୧୫ ଭୋଟରେ ଆଗୁଆ ଜୟ ଢୋଲକିଆ

ଡେସ୍କ: ନୂଆପଡା ବିଧାନସଭା ଉପନିର୍ବାଚନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ଜୟ...

Related Articles

Popular Categories