www.samajalive.in
Monday, December 8, 2025
14.1 C
Bhubaneswar

କଦଳୀ ମଞ୍ଜା ଖାଇବା ଶରୀର ପାଇଁ ଲାଭଦାୟକ

ସୁସ୍ଥ ରହିବା ପାଇଁ ସମସ୍ତେ ଉତ୍ତମ ଖାଦ୍ୟ ଖାଇ ଥାଆନ୍ତି। ଠିକ ପରିମାଣରେ ଫଳ ଓ ପନିପରିବା ସେବନ କରିବା ଦ୍ବାରା ଶରୀରକୁ ପ୍ରୋଟିନ ମିଳିଥାଏ। କଦଳୀକୁ ପ୍ରାୟ ସମସ୍ତେ ଖାଇବାକୁ ପସନ୍ଦ କରି ଥାଆନ୍ତି। କିନ୍ତୁ କଦଳୀ ମଞ୍ଜାକୁ ପ୍ରାୟ କ୍ବଚିତ ଖାଇଥାଆନ୍ତି। କଦଳୀ ମଞ୍ଜାକୁ ପରିବା ରୂପେ ବ୍ୟବହାର କରାଯାଇଥାଏ। କଦଳୀ ମଞ୍ଜା ଖାଇବା ଦ୍ବାରା ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ବ ମିଳିବା ସହ ଅନେକ ରୋଗରୁ ମୁକ୍ତି ମିଳିଥାଏ।

କଦଳୀ ମଞ୍ଜା ଖାଇବାର ଲାଭ :

- Advertisement -

ରକ୍ତ ଚାପ ନିୟନ୍ତ୍ରଣ : ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ରହିଛି ସେମାନେ କଦଳୀ ମଞ୍ଜା ଖାଇବା ନିତାନ୍ତ ଆବଶ୍ୟକ ଅଟେ। ଏହାସହ କଦଳୀ ମଞ୍ଜାରୁ ପ୍ରସ୍ତୁତ ଜୁସ୍ ମଧ୍ୟ ପିଅନ୍ତୁ। ଏହାଦ୍ୱାରା ଉଚ୍ଚ ରକ୍ତ ଚାପ ନିୟନ୍ତ୍ରଣରେ ରହିଥାଏ।

ରକ୍ତରେ ହିମୋଗ୍ଲୋବିନ୍ ମାତ୍ରା ବଢ଼ାଇଥାଏ : କଦଳୀ ମଞ୍ଜାରୁ ପ୍ରସ୍ତୁତ ଜୁସରେ ଆଇରନ୍ ଓ ଭିଟାମିନ୍ ବି୬ ଭରପୂର ମାତ୍ରାରେ ରହିଥାଏ। ଏହା ଶରୀରରେ ହିମୋଗ୍ଲୋବିନ୍‌ର ମାତ୍ରାକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।

ରକ୍ତ ଶର୍କରା ନିୟନ୍ତ୍ରଣ କରେ : ଅନେକ ଲୋକଙ୍କର ଡାଇବେଟିସ୍ ଜନିତ ସମସ୍ୟା ରହିଛି। କଦଳୀ ମଞ୍ଜା ଜୁସ୍ ପିଇଲେ ଏହା ଶରୀରରେ ଇନସୁଲିନ୍‌କୁ ନିୟନ୍ତ୍ରଣ କରିଥାଏ। ଏଥିରେ ଥିବା ତନ୍ତୁ ଜାତୀୟ ପଦାର୍ଥ ଡାଇବେଟିସ ରୋଗୀଙ୍କର ରକ୍ତ ଶର୍କରାର ସ୍ତରକୁ ନିୟନ୍ତ୍ରଣରେ କରିଥାଏ।

ଏସିଡିଟି ନିୟନ୍ତ୍ରଣ କରେ : ଅନେକ ଲୋକଙ୍କର ଏସିଡିଟି ସମସ୍ୟା ଦେଖା ଦେଇଥାଏ। ଏସିଡିଟି କାରଣରୁ ଛାତି ଜଳାପୋଡା ହୋଇଥାଏ। କଦଳୀ ମଞ୍ଜା ଜୁସ୍ ପିଇବା ଦ୍ୱାରା ଛାତି ଜଳାପୋଡାରୁ ଆରାମ ଦିଏ । ଏହା ପେଟରେ ଏସିଡିଟି ହେବାକୁ ଦେଇ ନଥାଏ।

ମେଦବହୁଳତା ହ୍ରାସ କରେ : ସମସ୍ତେ ଫିଟ୍ ରହିବା ସହ ପତଳା ହେବାକୁ ଭଲ ପାଆନ୍ତି। ଏଥିପାଇଁ ବଜାରରେ ମିଳୁଥିବା ବିଭିନ୍ନ ଔଷଧର ସେବନ କରିଥାନ୍ତି। ଔଷଧ ପରିବର୍ତ୍ତେ କଦଳୀ ମଞ୍ଜା ଜୁସ ପିଅନ୍ତୁ। ତେଣୁ କଦଳୀ ମଞ୍ଜାରେ ଅଳ୍ପ ଅଦା ରସ ପକାଇ ପ୍ରତ୍ୟେକ ଦିନ ପିଅନ୍ତୁ। ଏହା ମେଦ ବହୁଳତା କମାଇବା ସହ ଶରୀରକୁ ଫିଟ୍ ରଖିବ।

ହଜମ ଶକ୍ତି ବଢ଼ାଏ : ପ୍ରାୟ ଲୋକଙ୍କର ଖାଦ୍ୟ ସହଜରେ ହଜମ ହୋଇ ନଥାଏ। ତେଣୁ କଦଳୀ ମଞ୍ଜାର ଜୁସ୍ ପିଇବା ଦ୍ବାରା ହଜମ ପ୍ରକ୍ରିୟା ଠିକ୍ ହୋଇଥାଏ।

କିଡନୀରେ ଷ୍ଟୋନ୍ ହେବାକୁ ଦିଏ ନାହିଁ : କଦଳୀ ମଞ୍ଜା ଜୁସ୍ ସହ ଲେମ୍ବୁ ରସ ମିଶାଇ ପିଅନ୍ତୁ । ମଞ୍ଜାରେ ଥିବା ପୋଟାସିୟମ୍ ଓ ସାଇଟ୍ରିକ୍ ଏସିଡ୍ କିଡନୀରେ ଷ୍ଟୋନ୍ ହେବାକୁ ଦେଇ ନଥାଏ।

ଓଜନ ନିୟନ୍ତ୍ରଣ କରେ : କଦଳୀ ମଞ୍ଜା ଶରୀରର ଓଜନ ନିୟନ୍ତ୍ରଣ କରିବା ସହ ପେଟର ଫ୍ୟାଟ୍ କମାଇଥାଏ । ପ୍ରତିଦିନ କଦଳୀ ମଞ୍ଜା ଜୁସ୍ ପିଇବା ଦ୍ବାରା ଶରୀରର ରକ୍ତ ଶର୍କରାର ସ୍ତର ନିୟନ୍ତ୍ରଣରେ ରହେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories