www.samajalive.in
Sunday, December 7, 2025
23.1 C
Bhubaneswar

ହାତୀ ମୃତ୍ୟୁ ଘଟଣାରେ ଗିରଫ ଆସାମୀକୁ କୋର୍ଟ ଚାଲାଣ

ବଣାଇ : ଵଣାଇ ଵନଖଣ୍ଡ କୋଇଡା ରେଞ୍ଜ ମାଲଦା ପଞ୍ଚାୟତ ଅରାଘାଟ ଗାଁ ପାରମସାହି ନିକଟରେ ହାତୀ ମୃତ୍ୟୁ ଘଟଣାରେ ଗିରଫ ଅରାଘାଟ ଗ୍ରାମର ଶତ୍ରୁଘନ ମୁଣ୍ଡା ଵୟସ (୨୯)କୁ ଗିରଫ କରି ଗତକାଲି କୋର୍ଟ ଚାଲାଣ କରାଯାଇଛି । କୋଇଡା ବନାଞ୍ଚଳ ପକ୍ଷରୁ ଏନେଇ ଏକ ମାମଲା ରୁଜୁ ହୋଇଥିବା ବନାଞ୍ଚଳ ଅଧିକାରୀ ଗୌତମ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ ଗତ ୧୪ ତାରିଖ ରାତିରେ ଏକ ୧୨ ଟିକିଆ ହାତୀପଲ ଖାଦ୍ୟ ଅନ୍ୱେଷଣରେ ଅରାଘାଟ ଗାଁ ପାରମସାହି ରେ ପଶି କ୍ଷେତରୁ ଧାନ ଖାଉଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ହାତୀ ପଲକୁ ଜଙ୍ଗଲ ମଧ୍ୟକୁ ଘଉଡାଇ ଦେଇଥିଲେ। କିନ୍ତୁ ପରଦିନ ସକାଳେ ସେହି ହାତୀ ପଲରୁ ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ତୁରନ୍ତ ଵନଖଣ୍ଡ ଅଧିକାରୀ ଲଳିତ କୁମାର ପାତ୍ର ଓ ସହକାରୀ ବନ ସଂରକ୍ଷକ ଶୁଶାନ୍ତ କୁମାର ଜେନା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପ୍ରାଣୀ ଚିକିତ୍ସାଧିକାରୀ ପହଞ୍ଚି ମୃତ ହାତୀର ବ୍ୟବଛେଦ କରିଥିଲେ। ବ୍ୟବଛେଦ ପରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ଘଟିଥିବା ଜଣାପଡିଥିଲା। ବନଖଣ୍ଡ ଅଧିକାରୀ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ପ୍ରକିୟା ଜାରି ରଖିବାକୁ ରେଞ୍ଜ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୧୮ ତାରିଖ ଦିନ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ରେଞ୍ଜ ଅଧିକାରୀ ହାତୀ ମୃତ୍ୟୁ ଘଟିଥିଵା ଚାଷ ଜମିର ମାଲିକକୁ ସନ୍ଦେହରେ ଆଣି ପଚରା ଉଚରା କରିଵା ପରେ ସେ ସଵୁ ସତକଥାକୁ ମାନିଯାଇଥିଲା । ଚାଷ ଜମିକୁ ସୁରକ୍ଷା ଦେବାପାଇଁ ବେଆଇନ ଭାବେ ଜିଆଇ ତାର ସାହାଯ୍ୟରେ ଜମିରେ ବିଦ୍ୟୁତ୍ ସଂଯୋଗ କରିଥିବା ଆସାମୀ ସ୍ବୀକାର କରିଥିଲା। ଫଳରେ ଗତକାଲି ଆସାମୀକୁ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ୍ ଅନୁସାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories