ବଲାଙ୍ଗିର: ଦେଓଗାଁ ଥାନା ଅନ୍ତର୍ଗତ ତିହଲବାହଲ ଅଞ୍ଚଳରେ ଜଣେ ମଙ୍ଗୁଳା କନ୍ୟା ବିବାହ ପୂର୍ବରୁ ବିଷ ପିଇ ଦେଇଛି। ବାହାଘର ଦିନକ ପୂର୍ବରୁ ଘରେ ବିଷ ପିଇଦେଲେ ମଙ୍ଗୁଳା କନ୍ୟା ହୋଇଥିବା ଜଣେ ଯୁବତୀ। ଗୁରୁତର ଯୁବତୀକୁ ଭୀମଭୋଇ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ଏବଂ ତାଙ୍କର ସ୍ଥିତି ଉଦବେଗଜନକ ରହିଛି। ଆଜି ମଙ୍ଗନ ଥିବାବେଳେ ଆସନ୍ତାକାଲି ଯୁବତୀଙ୍କ ବିବାହ ହେବାର ଥିଲା। ଦେଓଗାଁ ଥାନା ଅନ୍ତର୍ଗତ ତିହଲବାହଲରେ ଏଭଳି ଅଭାବନୀୟ ଘଟଣା ଘଟିଛି। ତେବେ ମଙ୍ଗୁଳା କନ୍ୟା ହେବା ପରେ ବିବାହର ଦିନକ ପୂର୍ବରୁ କାହିଁକି ଯୁବତୀ ଜଣକ ବିଷ ପିଇଦେଲେ ତାହାର ପ୍ରକୃତ କାରଣ ଜଣାପଡ଼ିନାହିଁ।
Popular Categories



