www.samajalive.in
Sunday, December 7, 2025
23.1 C
Bhubaneswar

୯ବର୍ଷର ଝିଅକୁ ବ୍ଲେଡରେ କାଟିଦେଲା ସାବତ ମା’

ବାଲିଗୁଡା: ବାଲିଗୁଡାରେ ଘଟିଥିବା ଏକ ଅଭାବନୀୟ ଘଟଣା ସଭ୍ୟସମାଜ ପ୍ରତି ଗଭୀର ରେଖାପାତ କରିଛି। ବାଲିଗୁଡା ଥାନା ଅନ୍ତର୍ଗତ କାମପଡା ଗ୍ରାମରେ ଜଣେ ୯ବର୍ଷର ଝିଅକୁ ସାବତ ମା’ ବ୍ଲେଡରେ କାଟି ରକ୍ତାକ୍ତ କରିଛନ୍ତି। ଘଟଣାସ୍ଥଳରେ ଚାଇଲ୍ଡାଲାଇନ ଟିମ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଛନ୍ତି। ଥାନାରେ ମଧ୍ୟ ଅଭିଯୋଗ କରାଯାଇଛି। ଚାଇଲ୍ଡଲାଇନ କନ୍ଧମାଳ ଜିଳା ନିର୍ଦେଶକ ରବୀନ୍ଦ୍ର ପଣ୍ଡାଙ୍କଠାରୁ ମିଳିଥିବା ସୂଚନା ପ୍ରକାରେ କାମପଡା ଗ୍ରାମର ଦିଲୀପ ଦିଗାଳଙ୍କ ପ୍ରଥମ ସ୍ତ୍ରୀର ଦେହାନ୍ତ ପରେ ସେ ପାର୍ବତୀ କହଁରଙ୍କୁ ଦ୍ବିତୀୟ ବିବାହ କରିଥିଲେ। ଦ୍ବିତୀୟ ପତ୍ନୀଙ୍କ ପୁଅଟିଏ ଏବଂ ପ୍ରଥମ ସ୍ତ୍ରୀର ୯ବର୍ଷର ଝିଅ ଅଛି। ପୁଅଟି ଗୋଟିଏ ବ୍ଲେଡରେ ଖେଳୁଥିବା ଦେଖି ଝିଅଟି ତା ହାତରୁ ଛଡାଇ ଆଣି ସାବତ ମା’କୁ ଦେବାକୁ ଉଦ୍ୟମ କରିବା ବେଳେ ଅସାବଧାନତାରୁ ପିଲାଟିର ଦେହରେ ବ୍ଲେଡଟି ବାଜି ଯାଇଥିଲା। ପୁଅ ଦେହରେ ବ୍ଲେଡ କାହିଁକି ବଜାଇଲୁ କହି ସାବତ ମା’ ଝିଅଠାରୁ ବ୍ଲେଡଟି ଛଡାଇ ଆଣି ଗାଲକୁ କାଟି ପକାଇଥିଲା। ରକ୍ତାକ୍ତ ଅବସ୍ଥାରେ ପିଲାଟି ଛଟପଟ ହେଉଥିବା ଖବର ପାଇ ଚାଇଲ୍ଡଲାଇନ ଟିମ ପିଲାଟିର ଘରେ ପହଞ୍ଚିଥିଲା। ଝିଅକୁ ଉଦ୍ଧାର କରି ଚିକିତ୍ସା କରାଇବା ସହ ଘଟଣା ସମ୍ପର୍କରେ ସାହି ବାସିନ୍ଦାଙ୍କୁ ପଚରାଉଚରା କରିଥିଲେ। ସାବତ ମା’ ପାର୍ବତୀ ଝିଅକୁ ନିର୍ଯାତନା ଦେଉଥିବା ସାହିବାସିନ୍ଦା ପ୍ରକାଶ କରିଥିଲେ। ଏହି କାରଣରୁ ପିଲାଟିକୁ ସେଠାରୁ ଉଦ୍ଧାର କରି ଆଣାଯାଇଛି ବୋଲି ଚାଲଡ ଲାଇନ ପକ୍ଷରୁ କୁହାଯାଇଛି। ଉଦ୍ଧାର ନାବାଳିକାକୁ ଆଜି ବାଲିଗୁଡା ବନବାସୀ ସେବା ସମିତିରେ ରଖାଯାଇଛି।
ଆସନ୍ତାକାଲି ନାବାଳିକାକୁ ସିଡବ୍ଲୁସିରେ ହାଜରକରାଯିବ ବୋଲି କହଛନ୍ତି ରବୀନ୍ଦ୍ର କୁମାର ପଣ୍ଡା। ଘଟଣାର ତଦନ୍ତ ଚାଲିଛି ବୋଲି କହିଛନ୍ତି ଡିଏସପି ଅଭିନବ ଶଙ୍କର।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories