www.samajalive.in
Monday, December 15, 2025
16.1 C
Bhubaneswar

୭ ବର୍ଷ ହେଲା ସରୁନି ପୋଲ ନିର୍ମାଣ କାମ 

ଫୁଲବାଣୀ/ବାଲିଗୁଡା:କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ବାରଖମକ୍ଷ ପଂଚାୟତ ୨ ନମ୍ବର ୱାର୍ଡ଼ ଗାଟିଙ୍ଗିଆ ଓ ୧୨ ନମ୍ବର ୱାର୍ଡ଼ ତଗାପଦର ଗ୍ରାମର ପ୍ରାୟ ୩୦୦ରୁ ଉର୍ଦ୍ଧ ଗ୍ରାମବାସି ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛନ୍ତି। ଏହି ଦୁଇ ଗ୍ରାମବାସୀ ତଗାପଦର ନାଳ ଉପରେ ପୋଲ ନିର୍ମାଣ ପାଇଁ ପ୍ରଶାସନକୁ ବହୁ ବାର ଅଭିଯୋଗ କରିଥିଲେ। ଗତ ସାତ ବର୍ଷ ପୂର୍ବ ବ୍ଲକ ପ୍ରଶାସନ ପକ୍ଷରୁ ପୋଲ କାମ ଆରମ୍ଭ ହୋଇଥିଲା। ହେଲେ ଅର୍ଦ୍ଧ ନିର୍ମିତ କରି ଠିକା ଦାର ଜଣଙ୍କ ପୋଲ ନିର୍ମାଣ କାର୍ଯ୍ୟ ବନ୍ଦ କରିଥିଲେ। ଏହା ପରେ ଗତ ଦୁଇ ବର୍ଷ ହେବ ବାରଖମା ପଂଚାୟତ ଫଣ୍ଡ ମାଧ୍ୟ୍ୟମରେ କିଛି ଅର୍ଥ ବ୍ୟୟ କରି ପୋଲ ନିର୍ମାଣ ସମ୍ପୂର୍ଣ ହୋଇଥିଲା ।

ଏହା ପରେ ଗତ ଦୁଇ ବର୍ଷ ହେବ ଗ୍ରାମବାସୀ ପୋଲ ଉପରେ ଯାତାୟତ କରୁଥିଲେ। ତେବେ ଗତ ତିନ ମାସ ପୂର୍ବ ବାଲିଗୁଡ଼ା ଆରଡି ବିଭଗ ପକ୍ଷରୁ କୋଟିଏ ଟଙ୍କା ରୁ ଉର୍ଦ୍ଧ ବ୍ୟୟରେ ତଗା ପଦରନାଳ ଉପରେ ବ୍ରିଜ ନିର୍ମାଣ ନିମନ୍ତେ ବ୍ୟୟରାଦ କରାଯାଇଛି। ଫଳରେ ବ୍ରିଜ ନିର୍ମାଣ ନିମନ୍ତେ ଟେଣ୍ଡର ପାଇଥିବା ଠିକାଦାର ଜଣଙ୍କ ପୂର୍ବରୁ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ମାଣ ହୋଇଥିବା ବ୍ରିଜ ଟିକୁ ଭକ୍ଷଙ୍ଗୀ ଦେଇ ବ୍ରିଜ ନିର୍ମାଣ କାର୍ଯ୍ୟକ୍ଷ ତିନି ମାସ ହେବ ଅଧା ପାନ୍ତରୀୟ ଅବସ୍ଥାରେ ଛାଡ଼ି ଚାଲିଯାଇଛନ୍ତି ।

- Advertisement -

ଫଳରେ ତଗାପଦର ଗ୍ରାମର ଶିଶୁ ଛାତ୍ର ଛାତ୍ରୀ ସ୍କୁଲ କଲେଜ ଯିବା ନିମନ୍ତେ ହଇରାଣ ହରକତ ହେଉଛନ୍ତି। ରୋଗୀ ବାରଖମା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଇଛନ୍ତି।  ତୁରନ୍ତ ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ଗ୍ରାମବାସୀ ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories