www.samajalive.in
Sunday, December 14, 2025
19.1 C
Bhubaneswar

ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ବଲପୁର-୧ରେ ଅଳଙ୍କରଣ ମହୋତ୍ସବ

ସମ୍ବଲପୁର: ସମ୍ବଲପୁର ସ୍ଥିତ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ-୧ ଠାରେ ପଦ ଅଳଙ୍କର ମହୋତ୍ସବ ୨୦୨୪ – ୨୫ ମନୋନୀତ ହୋଇଛି। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ରଣରଞ୍ଜୟ ସିଂ ଓ ଉପ ଅଧ୍ୟକ୍ଷ ବଳରାମ ମିଶ୍ର ଉପସ୍ଥିତ ରହି ନୂଆ ମନୋନୀତ ଛାତ୍ର ପରିଷଦର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ନୂତନ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ହେଲେ, କ୍ୟାପଟେନ ସମ୍ବିତ ସ୍ୱାଇଁ, ବିଦ୍ୟାଳୟ କ୍ୟାପଟେନ ଭୂମିକା ବେହେରା, ଶିବାଜୀ ହାଉସ କ୍ୟାପଟେନ ତୁଷାର ସାହୁ, ଟାଇଗର ହାଉସ କ୍ୟାପଟେନ ନିୟତି ପଟ୍ଟନାୟକ, ହାଉସ କ୍ୟାପଟେନ ବିଶ୍ୱଭୂଷଣ ପ୍ରିୟଦର୍ଶୀ ପ୍ରଧାନ ଓ ଅପର୍ଣ୍ଣା ବାରିକ, ଅଶୋକା ହାଉସ ଶ୍ରବଣ ରାଜ ପଟେଲ ଓ ଶୃତି ସ୍ୱପ୍ନା ଗୁରୁ, ରମଣ ହାଉସ କ୍ୟାପଟେନ ହିମେଶ ପ୍ରଧାନ ଓ ମାନସୀ ଦାଶଙ୍କ ସମେତ ସମୁଦାୟ ୬୨ ଜଣଙ୍କୁ ବ୍ୟାଚ ପ୍ରଦାନ କରାଯାଇଛି।

୪ଟି ମାଷ୍ଟର ହାଉସ ମାଷ୍ଟର ଯଥା ଶିବାଜୀ ହାଉସର ନିମାଇଁ ଚରଣ ବିଶ୍ୱାଳ, ଟାଇଗର ହାଉସର ଲକ୍ଷ୍ମୀ ପ୍ରସାଦ ବାଗ, ଅଶୋକା ସଦନର ନବକୃଷ୍ଣ ମିଶ୍ର, ରମଣ ହାଉସର ଉମେଶ ଚନ୍ଦ୍ର ଦାଶ ଙ୍କ ସମେତ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମକୁ ସିସିଏ ସଂଯୋଜକ ପ୍ରମୋଦ କୁମାର ସାହୁ ପରିଚାଳନା କରିଥିଲେ। ବିଦ୍ୟାଳୟର ଭାଇସ କ୍ୟାପଟେନ ଶ୍ରେୟାଂଶ ପଟ୍ଟନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories