www.samajalive.in
Sunday, December 7, 2025
14.1 C
Bhubaneswar

ଢାବାରେ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା, ପୁଲିସକୁ ମାଡ଼ ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳର ବାଲିଆପାଳ ଥାନା ଅନ୍ତର୍ଗତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିକଟ ବସ୍ତା ରାସ୍ତାରେ ଥିବା ଏକ ଢାବାରୁ ଶୁକ୍ରବାର ଏକ ନାବାଳକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ନାବାଳକ ହେଉଛି ବିଜୟ ଦଳାଇ (୧୬)। ସେ ନାସିନ୍ଦା ପଞ୍ଚାୟତ ଓଲୁଡ଼ା ଗ୍ରାମର ବୋଲି ଜଣାପଡ଼ିଛି। ଘଟଣା ସମ୍ପର୍କରେ ପୁଲିକୁ ଖବର ଜଣାଇବା ପରେ ପୁଲିସ ମୃତଦେହକୁ ଉଦ୍ଧାର କରିଥିଲା। ମାତ୍ର ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେବା ସହ କେହି ନାବାଳକକୁ ହତ୍ୟା କରି ଟାଙ୍ଗି ଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଲୋକେ ଉତକ୍ଷିପ୍ତ ହୋଇ ବାଲିଆପାଳ ଆଇଆଇସିଙ୍କୁ ମାଡ଼ ମାରିଛନ୍ତି। ଏହାସହ ଉତ୍ତ୍ୟକ୍ତ ଲୋକେ ଓ ପରିବାର ଲୋକେ ରାସ୍ତାରୋକ କରିଛନ୍ତି। ସୂଚନା ଅନୁଯାୟୀ, ୪ ବର୍ଷ ହେବ ଘଟଣା ଘଟିଥିବା ହୋଟେଲରେ ବିଜୟଙ୍କ କାକା ମହେଶ୍ୱର ଦଳାଇ କାମ କରୁଥିଲା। ଦେଢ ବର୍ଷ ତଳେ ସେ ବିଜୟକୁ ହୋଟେଲକୁ କାମ କରିବାକୁ ଆଣିଥିଲା। ମାତ୍ର ଆଜି ସକାଳେ ବିଜୟଙ୍କର ସନ୍ଦେହ ଜନକ ଭାବେ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିଲା।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories