ଅଜିତ କୁମାର କରଙ୍କୁ ମିଳିଲା ଜ୍ୟୋତିଷ ମହାସାଗର ସମ୍ମାନ
ବେଲପଡା:ବଲାଙ୍ଗୀର ଜିଲା କାନୁଟ ଗ୍ରାମ ର ଦିବାମ୍ବର କର ଙ୍କ ପୁତ୍ର ଅଜିତ କୁମାର କର ଙ୍କୁ ମିଳିଛି ଜ୍ୟୋତିଷ ମହାସାଗର ସମ୍ମାନ। ଉତ୍ତର ପ୍ରଦେଶ ର ଐତିହାସିକ ସହର ବିଦ୍ୟାଚୋରୀ କାଶି (ବାରଣାସୀ ଠାରେ ବୈଦିକ ଇନଷ୍ଟିଚ୍ୟୁଟ ଅପ ଏଷ୍ଟ୍ରଲୋଜି ଏଣ୍ଡ ଡିବାଇନ ଆଇନ୍ସ ଆନୁକୁଲ୍ୟ ରେ ଆନ୍ତର୍ଜାତିୟ ଜ୍ୟୋତିଷ ଓ ବାସ୍ତୁ ସମ୍ମିଳନୀ ରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ସମ୍ମିଳନୀ ରେ ଦେଶ ବିଦେଶ ର ଅନେକ ସୁନାମଧନ୍ୟ ଜ୍ୟୋର୍ତିବିଦ ପଣ୍ଡିତ ମାନଙ୍କ ସମାଗମ ରେ ଜ୍ୟୋର୍ତିବିଦ ଅଜିତ କୁମାର କର ଅତିଥି ରୁପେ ମଚାଂସୀନ ରହିଥିଲେ। ଏହି ସମ୍ମିଳନୀ ରେ ତାଙ୍କୁ ଜ୍ୟୋତିଷ ମହାସାଗର ଉପାଦି ରେ ସମ୍ମାନିତ କରାଯିବା ସହ ସ୍ୱର୍ଣ ମେଡାଲ ପ୍ରଦାନ କରାଯାଇଥିଲା ଅଜିତ ଜ୍ୟୋତିଶ ଶାସ୍ତ୍ର ରେ ଦୀର୍ଘ ୨୪ବର୍ଷ ହେଲା ଉଚ୍ଚକୋଟୀର ଗବେଷଣା ଚଲାଇ ବେଶ ପରିଚିତ ହୋଇପାରିଛନ୍ତି। ତାଙ୍କ ଗବେଷଣାତ୍ମକ ଲେଖା ଗୁଡିକ ଓଡିଆ,ଇଂରାଜି ପତ୍ରପତ୍ରିକା ରେ ନିୟମିତ ରୁପେ ପ୍ରକାଶିତ ହୋଇଆସୁଅଛି। ଜ୍ୟୋର୍ତିବିଦ କର ଦୀର୍ଘବର୍ଷ ଧରି ବିଭିନ୍ନ ବ୍ୟକ୍ତି ବିଶେଷ ଉପରେ ସଠିକ ତଥ୍ୟ ଦେଇ ପ୍ରଶଂସିତ।। ଅନୁଷ୍ଠାନ ର ଆୟୋଜକ ଜ୍ୟୋର୍ତିବିଦ ଡକ୍ଟର ରାଘବେନ୍ଦ୍ର ପ୍ରତାପ ସିଂ ,ଜ୍ୟୋତିଷ ରତ୍ନ ଲାବନ୍ୟ ଚକ୍ରବର୍ତୀ , ଡକ୍ଟର ସତପାଲ ଭରଦ୍ୱାଜ ତଥା ଭାରତ ଶ୍ରୀଲଙ୍କା ବୁଦ୍ଧିଷ୍ଠ ସଂଘ ର ସଭାପତ କେସି ସୁମେଥା ଠେରୋ ପ୍ରମୁଖ ଉପସ୍ଥିତ ରହିଥିଲେ। ଅଜିତ ଜ୍ୟୋତିଷ ମହାସାଗର ଉପାଧି ଓ ସ୍ୱର୍ଣ ମେଡାଲ ରେ ସମ୍ମାନିତ ହେବାପରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରଶଂସକ ମାନଙ୍କ ପ୍ରଶଂସାର ସୁଅ ଆସୁଛି। ଏହି ସମ୍ମାନ ପଛରେ ତାଙ୍କର ଅଜା ଓ ବାପା ଙ୍କ ପ୍ରେରଣା ରହିଛି ଓ ଆଗକୁ ଜ୍ୟୋତିଷ ଶାସ୍ତ୍ର ରେ ଅଧିକ ଗବେଷଣା ଜାରିରଖିବେ ବୋଲି କୁହନ୍ତି ଜ୍ୟୋତିଷାଚାର୍ୟ୍ୟ ଅଜିତ କର।
Comments are closed.