www.samajalive.in
Sunday, December 7, 2025
26.1 C
Bhubaneswar

ଗୋଷ୍ଠୀ ସାଧନ କେନ୍ଦ୍ରରେ ଚାଲିଛିି ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ

ଲୋଇସିଂହା : ସର୍ବଶିକ୍ଷା ଅଭିଯାନ ଯୋଜନାରେ ସ୍ଥାନୀୟ ବ୍ଳକ ପରିସରରେ ରହିଥିବା ଗୋଷ୍ଠୀ ସାଧନ କେନ୍ଦ୍ରରେ ବର୍ଷ ବର୍ଷ ଧରି ଚାଲିଛି ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ। ବର୍ତ୍ତମାନ ସୁଦ୍ଧା ନିଜସ୍ୱ କାର୍ଯ୍ୟାଳୟ ଗୃହ ନ ଥିବା ବେଳେ ନିର୍ମାଣ ପାଇଁ ମଧ୍ୟ କୌଣସି ଉଦ୍ୟମ ହେଉଥିବା ଜଣା ପଡୁ ନାହିଁ। ସ୍ଥାନୀୟ ବ୍ଳକର ପ୍ରାଥମିକ ଶିକ୍ଷକ ମାନଙ୍କ ଉକ୍ତ ଯୋଜନରେ ହେଉଥିବା ବିଭିନ୍ନ ତାଲିମ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ଉକ୍ତ ସାଧନ କେନ୍ଦ୍ର ବଦଳରେ ଶିକ୍ଷକ ମାନଙ୍କୁ ବିଭିନ୍ନ ବିଦ୍ୟାଳୟରେ ତାଲିମ ପାଇଁ ବ୍ୟବସ୍ଥା କରାଯାଉଥିବା ଜଣାପଡିଛି। ନିର୍ମାଣ ପରଠାରୁ ଉକ୍ତ ସାଧନ କେନ୍ଦ୍ରର ମରାମତି କରାଯାଉ ନ ଥିବାରୁ ବର୍ଷା ଦିନରେ ଛାତରୁ ପାଣି ଗଳୁଥିବା ବେଳେ ଗ୍ରୀଷ୍ମ କାଳରେ ଗରମରେ ଅତି ଦୟନୀୟ ପରିସ୍ଥିତିରେ କର୍ମଚାରୀ କାମ କରୁଥିବା ଦେଖାଯାଉଛି। ଏହା ବ୍ୟତୀତ ଚଟାଣ ଏବଂ କାନ୍ଥରେ ଫାଟ ସୃଷ୍ଟି ହୋଇ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି। ଏହାର ଚତୁପାର୍ଶ୍ବରେ ଆବର୍ଜନା ପୂର୍ଣ୍ଣ ରହିଥିବାରୁ ଏଠାରେ ଅନେକଥର ବିଷଧର ସାପ ମଧ୍ୟ ବାହାରିଥିବା ଜଣାପଡିଛି। କାର୍ଯ୍ୟଳୟରେ ଜଣେ ବିଇଓ, ୩ ଜଣ ଏବିଇଓ ସମେତ ପ୍ରାୟ ୧୮ଜଣ କର୍ମଚାରୀ ରହିଛନ୍ତି। ମାତ୍ର ନିଜସ୍ୱ କାର୍ଯ୍ୟାଳୟ ଗୃହ ନ ଥିବା ବେଳେ ବିପଦ ଶଙ୍କୁଳ ସର୍ବଶିକ୍ଷା ଅଭିଯାନର ସଭାଗୃହରେ ଯେକୌଣସି ପ୍ରକାରେ କାମ କରିବାକୁ ପଡୁଛି ବୋଲି କେତେକ କର୍ମଚାରୀ କ୍ଷୋଭର ସହ କହିଛନ୍ତି। ବିଭାଗୀୟ ଉଚ୍ଚ ପଦାଧିକାରୀ ଏଥିପ୍ରତି ଧ୍ୟାନ ଦେଇ ଏଠାରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ନିଜସ୍ୱ କାର୍ଯ୍ୟଳୟ ନିର୍ମାଣ ପାଇଁ ଉଦ୍ୟମ କରିବା ସକାଶେ ମତ ପ୍ରକାଶ ପାଉଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories