www.samajalive.in
Monday, December 15, 2025
16.1 C
Bhubaneswar

ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

ବଲାଙ୍ଗିର: ବଲାଙ୍ଗିର ଜିଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲା ନ୍ୟାୟାଧିଶ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶରେ ପ୍ରାଧିକରଣର ସଭା ଗୃହରେ ଏତଲା, ଜାମିନ୍ ସମନ, ୱାରେଣ୍ଟ, ଆଇନସେବାର ଅଧିକାର ସଂପର୍କରେ ଆଇନ ସଚେତନତା କରାଯାଇଥିଲା। ଶିବିରକୁ ଜିଲା ଜଜ୍ ଉଦ୍ଘାଟନ କରିଥିଲେ। ଶିବିରରେ ପରିବାର ଅଦାଲତର ବିଚାରପତି ବେଣୁଧର ପାତ୍ର ବିଭିନ୍ନ ଆଇନ ସଂପର୍କିତ ଧାରା ସଂପର୍କରେ ଆଲୋଚନା କରିଥିଲେ। ଜିଲା ନ୍ୟାୟାଧିଶ ଶ୍ରୀ ମହାପାତ୍ର ବିଭିନ୍ନ ନ୍ୟାୟାଳୟ ଦ୍ୱାରା ପ୍ରକାଶିତ ବିଭିନ୍ନ ରାୟ, ଯେପରି ଲଳିତ କୁମାରୀ ବନାମ ଉତ୍ତର ପ୍ରଦେଶ ସରକାର ରାୟ, ହୁସନାରା ଖାତୁନ ବନାମ ବିହାର ସରକାର ରାୟ, ଆଦିକୁ ସରକାର ଓ ସାବଲିତ ଭାବରେ ବୁଝାଇଥିଲେ। ଏଥିସହିତ ଜିଲା କାରାଗାର ଓ ଅନ୍ତେବାସୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଦ୍ରବ୍ୟର କିଣାବିକା କରାଯାଇଥିଲା। ଏହି ଶିବିରରେ ବିଭିନ୍ନ ବିଚାର ବିଭାଗୀୟ ଅଧିକାରୀ, ଜିଲା ପୁଲିସ ବିଭାଗର ଅଧିକାରୀ ଓ କର୍ମଚାରୀ, ଜେଲର ଅଧିକାରୀ, ପ୍ୟାନେଲ୍ ଲୟର୍, ପିଏଲଭି୦ ମାନେ ଉପସ୍ଥିତ ଥିଲେ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories